ବିମାନ କ୍ରାସ୍‌ : ଦୁର୍ଘଟଣାସ୍ଥଳରେ DGCA ଟିମ୍

0

ଓଡ଼ିଆ ନ୍ୟୁଜ୍: ରାଉରକେଲା ବିମାନ କ୍ରାସ୍‌; ଦୁର୍ଘଟଣାସ୍ଥଳରେ DGCA ଟିମ୍‌ର ତଦନ୍ତ।କେମିତି ହେଲା ଦୁର୍ଘଟଣା, କାହିଁକି କରାଗଲା ଫୋର୍ସ ଲ୍ୟାଣ୍ଡିଂ କରୁଛି ତଦନ୍ତ। ବରିଷ୍ଠ ଅଧିକାରୀଙ୍କ ସହ ପରିବହନ ସଚିବ ଉଷା ପାଢ଼ୀଙ୍କ ଆଲୋଚନା।୨ ଜଣିଆ ଡାକ୍ତରୀ ଟିମ୍ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି। ବ୍ଲାକ୍ବକ୍ସ ମିଳିବା ପରେ ସ୍ପଷ୍ଟ ହେବ ଦୁର୍ଘଟଣାର କାରଣ । କଟକ SCB ଏବଂ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଦୁଇ ଡାକ୍ତର ରାଉରକେଲା ଆସୁଛନ୍ତି। ଦୁଇ ବରିଷ୍ଠ ଡାକ୍ତର ହେଲେ ଅନୁପ ମହାପାତ୍ର ଏବଂ ଦେବାଶିଷ ସ୍ବାଇଁ । ଉଭୟ ସ୍ନାୟୁ ଏବଂ କ୍ରିଟିକାଲ୍ କେୟାରର ଡାକ୍ତର। ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେହିପରି ପରିବହନ ସଚିବ ଉଷା ପାଢୀ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି ।ଘଟଣାସ୍ଥଳର ଯାଇ ବିଭିନ୍ନ ଦିଗକୁ ଅନୁଧ୍ୟାନ କରୁଛନ୍ତି ।

ସେପଟେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ଯାତ୍ରୀ ସ୍ବାମୀ-ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ସେମାନେ ହେଲେ ସୁନିଲ୍ ଅଗ୍ରଓ୍ବାଲ ଏବଂ ପତ୍ନୀ ସବିତା ଅଗ୍ରଓ୍ବାଲ । ବିମାନ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୬ ଜଣ ଗୁରୁତର ଥିଲେ। ବାକି ଅନ୍ୟ ୪ ଜଣଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଜାରି ରହିଛି।

Leave A Reply

Your email address will not be published.