ଓଡ଼ିଆ ନ୍ୟୁଜ୍: ରାଉରକେଲା ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି।ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗଙ୍କ ଘୋଷଣା।ଇଣ୍ଡିଆ ଏୟାର ୱାନ୍ ସଂସ୍ଥାରେ ପରିବାରର ଜଣଙ୍କୁ ଚାକିରି ମିଳିବ।୫ ମାସ ଯାଏଁ ପରିବାରର ସମସ୍ତ ଖର୍ଚ୍ଚ ଉଠାଇବ ସଂସ୍ଥା। ଉଠାଇ ଭୁବନେଶ୍ବର ନିଆଯିବ।ତଦନ୍ତ ଚାଲିଛି, ଅନ୍ତରୀଣ ରିପୋର୍ଟ ମାସକ ମଧ୍ୟରେ ଆସିବ।ଗୁରୁତର ସୁଶାନ୍ତ ବିଶ୍ବାଳଙ୍କର କାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ, ଜାନୁଆରୀ ୧୦ରେ ଜଲଦା ନିକଟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଦୁଇ ପାଇଲଟଙ୍କ ସମେତ ଛଅ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଉଥିବା ବେଳେ ଗୁରୁତର ସୁଶାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ଘଟିଥିଲା।