ପ୍ରକୃତ ବିଶ୍ୱାସଘାତକ କିଏ?

ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ ନେଇ ଶ୍ରୀମୟୀଙ୍କ ଟାର୍ଗେଟ୍

0

ଓଡ଼ିଆ ନ୍ୟୁଜ୍: ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ ନେଇ ଶ୍ରୀମୟୀଙ୍କ ଟାର୍ଗେଟ୍।ବିଜେଡି ନେତୃତ୍ୱ ଓ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ ମିଶ୍ର।ପୁଣି ନବୀନ ଓ ପାଣ୍ଡିଆନ୍‌ଙ୍କୁ ସିଧାସଳଖ ଟାର୍ଗେଟ କଲେ ଶ୍ରୀମୟୀ। ୨ ବିଧାୟକଙ୍କୁ ନିଲମ୍ବିତ କରି ‘ଅନୁଶାସନ’ର ପାଠ ପଢ଼ାଯାଉଛି।କିଏ କାହା ସହ ବିଶ୍ୱାସଘାତକତା କରିଛି?, ପ୍ରକୃତ ବିଶ୍ୱାସଘାତକ କିଏ?। କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା’।ଆଉ ବିଧାୟକ ସଂଖ୍ୟା ୫୧ରେ ସୀମିତ ରହିଲା: ଶ୍ରୀମୟୀ। ​କାହାର ବିଶ୍ବାସଘାତକତା ପାଇଁ ଲୋକସଭାରେ ଦଳ “ଶୂନ” ହୋଇଗଲା?।କାହାର ଷଡ଼ଯନ୍ତ୍ର ପାଇଁ ଦଳ ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ବାହାରର ପ୍ରାର୍ଥୀ ଦେଇ ତୃତୀୟ ସ୍ଥାନରେ ରହିଲା ?।ଯେତେବେଳେ Hoarding ରୁ ନିଜ ବାପାଙ୍କ ଫଟୋ ହଟି ତାମିଲ୍ ଫଟୋ ରହିଲା, କୁଆଡ଼େ ଯାଇଥିଲା ସେ, zero Tolerance?।କିଏ ସେହି ବିଭୀଷଣ-ବିଶ୍ବାସଘାତକ, ଯିଏ କୋଟିଏ କର୍ମୀ-ନେତାଙ୍କ ପଛରେ ଛୁରୀମାଡ଼ କଲା ସତ୍ତ୍ୱେ ଦଳପତି ତାକୁ “ପ୍ରିୟପାତ୍ର” କରି ରଖିଛନ୍ତି ଓ କ’ଣ ବାଧ୍ୟବାଧକତା ରହିଛି?।ସେତେବେଳେ ଆପଣଙ୍କ ‘ଅନୁଶାସନ’ କୁଆଡ଼େ ଯାଇଥିଲା, ଯେତେବେଳେ:

୧. ଜଣେ ଅଣଓଡ଼ିଆ ବ୍ୟକ୍ତି ହସ୍ପିଟାଲ ପରିସରରେ ଦଳର ନେତାମାନଙ୍କୁ “I am down but not out” କହି ଧମକାଉଥିଲେ?

୨. ଦଳର ଜଣେ ନେତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରାଗଲା ଏବଂ ଶଙ୍ଖଭବନର ବୈଠକର ଭିଡିଓକୁ ଭାଇରାଲ୍‌ କରିବାର ଧମକ ଦିଆଗଲା?

୩. ଜଣେ ବରିଷ୍ଠ ନେତାଙ୍କ ଝିଅର ବାହାଘର ଭାଙ୍ଗିବା ପର୍ଯ୍ୟନ୍ତ କଥା ଗଲା?

୪. ଅତୀତରେ ଦଳକୁ ସବୁଠୁ ଅଧିକ ଗାଳି କରୁଥିବା ଲୋକଙ୍କୁ ସ୍ୱତନ୍ତ୍ର ସମ୍ମାନ ଦେଇ ଟିକେଟ୍ ବଣ୍ଟାଗଲା? କୁଆଡ଼େ ଗଲା ସେହି “Zero Tolerance” ଆଉ “Discipline” ?

​ଆଜି ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯିଏ ସେହି ଭଣ୍ଡ ସନ୍ୟାସୀ କୁ ନେତା ବୋଲି ନମାନିବ, ତାଙ୍କୁ ଅନୁଶାସନହୀନ ଓ ବିଶ୍ବାସଘାତକର ଆଖ୍ୟା ଦିଆଯିବ !।ଏବେ ଦଳପତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି। ବୟସ୍କ ବ୍ୟକ୍ତି ବୋଲି ସମ୍ମାନ ଦେଉଛୁ ସତ କିନ୍ତୁ ତାଙ୍କର ଅଣ ଓଡ଼ିଆ ମୋହ ଆଜି ଓଡ଼ିଶାବାସୀଙ୍କୁ ବାରମ୍ବାର ଅପମାନିତ କରୁଛି। ଜଣେ ଭଣ୍ଡ ସନ୍ୟାସୀ ଙ୍କ ହାତରେ ସର୍ବସ୍ୱ ଟେକି ଦେଇ, ଅନେକ କର୍ମୀଙ୍କ ରକ୍ତ ଓ ଝାଳରେ ଗଢ଼ା ହୋଇଥିବା ଏହି ଦଳକୁ ସେ ଆଜି ତିଳ ତିଳ କରି ନଷ୍ଟ କରିବାରେ ଲାଗିଛନ୍ତି।ସେହି ଦୁଇ ବିଧାୟକଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ସାର୍ବଜନୀନ କରି ଦଳପତି ନିଜର ନିରପେକ୍ଷତା ପ୍ରମାଣିତ କରିବାରେ ଅସୁବିଧା କେଉଁଠି ? ଦଳର ବରିଷ୍ଠ ନେତାମାନେ କାହିଁକି ଚୁପ୍, କ’ଣ ଅନ୍ୟାୟ ଏବେ ସୀମା ଲଙ୍ଘିଲାଣି ବୋଲି ହୃଦବୋଧ ହଉଛି ନା ଆଜ୍ଞା ହଜୁରୀ ଅଭ୍ୟାସ ଯାଇନି?ବୋଧହୁଏ ଓଡ଼ିଆଙ୍କ ସ୍ୱାଭିମାନକୁ ଦଳିଦେବା ପାଇଁ ଦଳପତି ଜାଣିଶୁଣି ଏହି *ତାମିଲ ଦମ୍ପତି* ଙ୍କୁ ଦାୟିତ୍ୱ ଟେକି ଦେଇଛନ୍ତି। ଏହା କୌଣସି ରାଜନୀତି ନୁହେଁ, ବରଂ ନିଜ ଲୋକଙ୍କୁ କଷ୍ଟ ଦେଇ “Sadistic Pleasure” ପାଇବାର ଏକ ହୀନ ପ୍ରୟାସ।

​କ୍ଷମତାରେ ଥିଲାବେଳେ ପରା ଗୁଇନ୍ଦା ସଂସ୍ଥା ଫେଲ୍ ମାରିଲା, ସତ ଖବର ପହଞ୍ଚି ପାରିଲାନି। ଆଉ ଏବେ କ’ଣ ସେହି *ତାମିଲ ସଂସ୍ଥା* ର ରିପୋର୍ଟ ଆଧାରରେ ଗୁଇନ୍ଦା ତଥ୍ୟ ପହଞ୍ଚି ଯାଉଛି? ମନେରଖନ୍ତୁ, ଓଡ଼ିଶାର ମାଟି ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସଡ଼ରଙ୍କୁ କେବେ କ୍ଷମା ଦେବନାହିଁ।

Leave A Reply

Your email address will not be published.