ରାଉରକେଲା ବିମାନ କ୍ରାସ୍‌ର ଛାତିଥରା କାହାଣୀ

0

ଓଡ଼ିଆ ନ୍ୟୁଜ୍: ରାଉରକେଲା ବିମାନ କ୍ରାସ୍‌ର ଛାତିଥରା କହାଣୀ କହିଲେ ଉଦ୍ଧାର ଯାତ୍ରୀ।ମୁମ୍ବାଇରୁ ଚିକିତ୍ସିତ ହୋଇ ଫେରିବା ପରେ ସୁନିଲ ଅଗ୍ରୱାଲଙ୍କ ପ୍ରତିକ୍ରିୟା ‘ପାଇଲଟ୍‌ ବହୁତ ଚେଷ୍ଟା କରିଥିବାରୁ ଆମେ ବଞ୍ଚିଗଲୁ’।ଅବତରଣର ୧୦ କିମି ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଲା।ଆଗ ପାହାଡ଼ ଆସିଲା, ପାଇଲଟ୍‌ ପାର କରାଇ ନେଲେ।ତାପରେ ବ୍ରାହ୍ମଣୀ ନଦୀ ଆସିଲା ତାହାକୁ ପାର୍‌ କରାଇ ନେଲେ।ତାପରେ ଫିଲ୍ଡ ଖୋଜିଲେ କେଉଁଠି କ୍ରାସ୍‌ କରାଇବେ।ଗାଁ ପାଖ ଫିଲ୍ଡ ଖୋଜି କ୍ରାସ୍‌ କରାଇଲେ ପାଇଲଟ୍‌।

ପାଖରେ ଟ୍ରାନ୍ସଫର୍ମର ଥିଲା, ତାହାକୁ ବି ପାର୍‌ କରାଇ ଦେଲେ।ଗାଁ ଲୋକେ ପ୍ରଥମେ ଆସି ଆମକୁ ବାହାର କରିଦେଲେ।୫ ମିନିଟ୍‌ ଭିତରେ ପ୍ରଶାସନ ପହଞ୍ଚିବାରୁ ଆମେ ବଞ୍ଚିଗଲୁ’।ରାଜ୍ୟ ସରକାରଙ୍କ ତତ୍ପରତାକୁ ଧନ୍ୟବାଦ ଜଣାଉଛୁ- ସୁନିଲ ଅଗ୍ରୱାଲ।‘ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ ଘଟଣାକୁ ଅନୁଧ୍ୟାନ କରିଥିବାରୁ କୃତଜ୍ଞତା।ପାଇଲଟ ନିଜ ଜୀବନକୁ ବିପଦରେ ପକାଇ ଆମ ଜୀବନ ବଞ୍ଚାଇଛନ୍ତି। ପାଇଲଟ ଆମ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ସମ୍ମାନିତ କରିବୁ।

Leave A Reply

Your email address will not be published.