ଓଡ଼ିଆ ନ୍ୟୁଜ୍: ପରଲୋକରେ ଋଚି କମ୍ପାନୀର ପ୍ରତିଷ୍ଠାତା ଡ. ଶରତ ଚନ୍ଦ୍ର ସାହୁ।ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ। ମୃତ୍ୟୁବେଳକୁ ଶରତଙ୍କୁ ୭୫ ବର୍ଷ ହୋଇଥିଲା।ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିବା ‘ରୁଚି’ ଶିଳ୍ପୋଦ୍ୟୋଗ। ଏହାର ପ୍ରତିଷ୍ଠାତା ଶରତ କୁମାର ସାହୁ ଏକ ସୁପରିଚିତ ନାଁ । ଦୀର୍ଘ ବର୍ଷ ଧରି ଓଡ଼ିଶାର ଘରେ ଘରେ ‘ରୁଚି’ ମସଲାକୁ ପହଂଚାଇବା ଏବଂ ଗୁଣାତ୍ମକ ମାନର ମସଲା ଉତ୍ପାଦନ କରି ଶରତ କୁମାର ସାହୁ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ଓମ୍ ଅଏଲ୍ ଆଣ୍ଡ ଫ୍ଲୋର ମିଲ୍ସ’ ନାମକ ଏକ ଛୋଟ ଉଦ୍ୟୋଗ କଟକ ଶିଳ୍ପାଞ୍ଚଳରେ ଆରମ୍ଭ ହୋଇଥିଲା।
ଏହି ଛୋଟ ଉଦ୍ୟୋଗ ୧୯୭୬ ମସିହାରେ ଆରମ୍ଭ ହୋଇ ଆଗକୁ ବଢ଼ିଥିଲା। ଏହି କଂପାନିର ୪୯ ବର୍ଷର ଯାତ୍ରା ଆରମ୍ଭରୁ ହଳଦୀ ଗୁଣ୍ଡ ଉତ୍ପାଦନ କରୁଥିଲା।ଧୀରେଧୀରେ ବ୍ୟବସାୟ ବଢ଼ିବାରୁ ବିଭିନ୍ନ ମସଲା ଉତ୍ପାଦନ କରିଥିଲା। ଆଜିର ଦିନରେ ‘ରୁଚି’ ଏକ ଜଣାଶୁଣା ନାଁ। ପାସ୍ତା, ନୁଡୁଲ୍ସ, ରେଡ୍ଡୀ ଟୁ ଇଟ୍ ଖାଦ୍ୟ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ମଧ୍ୟରୁ ଅଗ୍ରଣୀ ନାମ। ହଳଦୀ, ଲଙ୍କା, ଜୀରା, ଧନିଆ ଗୁଣ୍ଡ ସହିତ ଗୁଣମାନର ମସଲା ପ୍ରସ୍ତୁତି ଓ ତା’ର ମାର୍କେଟିଂ କ୍ଷେତ୍ରରେ ଓଡ଼ିଶାରେ ‘ରୁଚି’ ହିଁ ସର୍ବପ୍ରଥମ ପ୍ରୟାସ ଆରମ୍ଭ କରିଥିଲା । ସେହିଭଳି ସିମେଇ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ରୁଚି ଉଦ୍ୟୋଗର ପ୍ରୟାସ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଏକ ସଫଳ ମାଇଲଖୁଣ୍ଟ ।