ୟୁକ୍ରେନ ଉପରେ ରୁଷ୍‌ର ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍

0

ଓଡ଼ିଆ ନ୍ୟୁଜ୍: କଏଦୀମାନଙ୍କୁ ମୁକ୍ତ କରିବା ମଧ୍ୟରେ ୟୁକ୍ରେନ୍‌ ଉପରେ ରୁଷ୍ କରିଛି ବଡ଼ ଏୟାର ଷ୍ଟ୍ରାଇକ୍‌ । ଯାହାକୁ ଏବେସୁଦ୍ଧା ହୋଇଥିବା ହମଲା ଠାରୁ ସବୁଠୁ ବଡ଼ ହମଲା ବୋଲି କୁହାଯାଉଛି। ରିପୋର୍ଟ୍ସ ମୁତାବିକ , ୟୁକ୍ରେନ ଉପରେ ରୁଷ୍‌ ୩୬୭ଟି ଡ୍ରୋନ୍‌ ଓ ମିସାଇଲ ମାଡ଼ କରିଛି। ଏହି ହମଲାରେ ୟୁକ୍ରେନର ବଡ଼ ଧରଣର କ୍ଷତି ହୋଇଛି। ଏହି ଯୁଦ୍ଧ ଆରମ୍ଭ ହେବା ପରେ ଏହାକୁ ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍‌ କୁହାଯାଉଛି।

ସୂଚନା ମୁତାବିକ, ହମଲାରେ ଅତି କମ୍‌ରେ ୧୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୩ଜଣ ପିଲା ମଧ୍ୟ ସାମିଲ ଅଛନ୍ତି। ସେପଟେ ଅନେକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନ ଦାବି କରିଛି ଯେ, ତାର ଏୟାରଫୋର୍ସ ରୁଷର ୨୬୬ଟି ଡ୍ରୋନ୍‌ ଓ ୪୫ଟି ମିସାଇଲକୁ ମାରି ଖସାଇ ଦେଇଛି। ହେଲେ କ୍ଷତି ସଂପୂର୍ଣ୍ଣ ରୋକା ଯାଇ ପାରି ନାହିଁ। ଏହି ହମଲାରେ ଆପାର୍ଟମେଣ୍ଟ୍ସ ଓ ବିଲ୍ଡିଂ ଗୁଡ଼ିକର ବଡ଼ କ୍ଷତି ହୋଇଛି। କିଭ୍‌ର କହିବାନୁସାରେ , ରୁଷ୍‌ ବାଲିଷ୍ଟିକ୍‌ ମିସାଇଲରେ ମଧ୍ୟ ହମଲା କରିବାରୁ ହଟିନାହିଁ।

Leave A Reply

Your email address will not be published.