ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ୭ମାସ ଧରି ଚାଲିଛି । ଏହାରି ଭିତରେ ଋଷ ଅଧିକ ଆକ୍ରମଣାତ୍ମକ ହେଉଛି । ୟୁକ୍ରେନ୍ରେ ଯୁଦ୍ଧ ପରିସ୍ଥିତି ଏବେ ରୁଷ୍ ପାଇଁ ପ୍ରତିକୂଳ ହେବାକୁ ଯାଉଥିବାରୁ ଏବଂ ସ୍ଥାନେ ସ୍ଥାନେ ପଛଘୁଞ୍ଚା ଦେବାକୁ ପଡ଼ୁଥିବାରୁ ସମଗ୍ର ୟୁକ୍ରେନ୍ ବଦଳରେ ପୂର୍ବ ଓ ଦକ୍ଷିଣାଞ୍ଚଳରେ ଯେଉଁସବୁ ଅଞ୍ଚଳକୁ ରୁଷ୍ କବଳିତ କରିସାରିଛି ଆହୁରି ଘୋର ଯୁଦ୍ଧ କରି ସେଗୁଡ଼ିକୁ ନିଜ ହାତରେ ସ୍ଥାୟୀ ଭାବେ ରଖିବାକୁ ଏହା ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
କ୍ରେମଲିନର ସଂକେତ ଅନୁସାରେ, ଅନ୍ୟ କେଉଁ ଦେଶ ସ୍ବୀକୃତି ଦିଅନ୍ତୁ ବା ନ ଦିଅନ୍ତୁ ରୁଷ୍ ୟୁକ୍ରେନ୍ର କେତେକ ଅଞ୍ଚଳକୁ ନିଜ ଦେଶ ସହ ମିଶାଇଦେବ। ସେସବୁ ଅଞ୍ଚଳ ପାଇଁ ଭବିଷ୍ୟତରେ ଯଦି ୟୁକ୍ରେନ୍ ଯୁଦ୍ଧ କରେ ତେବେ ତାକୁ ରୁଷ୍ ବିରୋଧରେ ଯୁଦ୍ଧ ବୋଲି ଧରିନିଆଯିବ।