ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇସ୍ରୋ ତାର ଚନ୍ଦ୍ରଯାନ-୩ ମିଶନ ଜାରି ରଖିଛି । ଏହାରି ଭିତରେ ଋଷ ନିଜର ମୁନ୍ ମିଶନ୍ ‘ଲୁନା-୨୫’ ସଫଳତାପୂର୍ବକ ଲଞ୍ଚ କରିଛି । ଏହି ମିଶନ ଭାରତର ଚନ୍ଦ୍ରଯାନ-୩ ପରେ ଉତକ୍ଷେପଣ କରାଯାଇଥିଲେ ବି ପ୍ରଥମେ ଯାଇ ଚନ୍ଦ୍ରରେ ପହଞ୍ଚିବ ବୋଲି ଋଷର ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି ।
ପାଖାପାଖି ୪୭ ବର୍ଷ ପରେ ଋଣ ପୁଣି ଥରେ ଏହି ମୁନ୍ ମିଶନ୍ ଆରମ୍ଭ କରିଛି । ଗୁରୁବାର ରାତିରେ ରୁଷର ‘ସ୍ପେସ୍ପୋର୍ଟ’ରୁ ମଧ୍ୟମଧରଣର ‘ରୋବୋଟିକ୍ ଲ୍ୟାଣ୍ଡର୍’ ‘ଲୁନା-୨୫’କୁ ନେଇ ଗୋଟାଏ ରକେଟ୍ ପୃଥିବୀ ପରିକ୍ରମଣ ପାଇଁ ମହାକାଶକୁ ଯାତ୍ରା କରିଛି। ଏହା ଚନ୍ଦ୍ରର ସାଉଥ୍ ପୋଲାରରେ ଅବତରଣ କରିବାକୁ ଉଦ୍ୟମ କରିବ। ଚନ୍ଦ୍ରର ସେ ଭାଗରେ ଥିବା ‘ଜଳ ବରଫ’ ଅନେକ ମହାକାଶ କାର୍ୟ୍ୟକ୍ରମର ଧ୍ୟାନ ଆକର୍ଷଣ କରିଛି। ବୈଜ୍ଞାନିକମାନେ‘ ବି ବର୍ଷ ବର୍ଷ ଧରି ତାହାକୁ ପର୍ୟ୍ୟବେକ୍ଷଣ କରିଆସୁଛନ୍ତି।