ଅବଦୁଲ କଲାମ ଦ୍ବୀପରୁ ଇଣ୍ଟରସେପ୍‌ଟର ମିଜାଇଲ୍ S-400ର ବ୍ୟବହାରିକ ପରୀକ୍ଷଣ

0

ଓଡ଼ିଆ ନ୍ୟୁଜ୍: ଇଣ୍ଟରସେପ୍‌ଟର ମିଜାଇଲ୍ S-400ର ବ୍ୟବହାରିକ ପରୀକ୍ଷଣ। ଅପେରେସନ ସିନ୍ଦୂରରେ ବ୍ୟବହୃତ ହୋଇଥିଲା S-400 ଇଣ୍ଟରସେପ୍‌ଟର।ଅବଦୁଲ କଲାମ ଦ୍ବୀପରୁ ଅପରାହ୍ନ ୩ଟା ୪୦ରେ ବ୍ୟବହାରିକ ପରୀକ୍ଷଣ।ପ୍ରଥମେ ବଂଶୀ ନାମକ ମିଜାଇଲ୍‌କୁ ସଫଳତାର ସହ ଧ୍ବଂଶ କଲା S-400।୪୦୦ କିମି ପର୍ଯ୍ୟନ୍ତ ବିମାନ, ଡ୍ରୋନ୍, ବାଲିଷ୍ଟିକ୍/କ୍ରୁଜ୍‌କୁ ଟାର୍ଗେଟ କରିପାରିବ। ରୁଷ ଓ ଭାରତ ଭଳି ଦେଶ ପାଇଁ ଏୟାର ଡିଫେନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

ସୂଚନାଯୋଗ୍ୟ ଗତବର୍ଷ ଭାରତୀୟ ସେନା ଦ୍ବାରା କରାଯାଇଥିବା ‘ଅପରେସନ ସିନ୍ଦୂର’ ରେ S-400 ଇଣ୍ଟରସେପ୍‌ଟର ସିଷ୍ଟମ ବ୍ୟବହୃତ ହୋଇ ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।ରୁଷିଆ ଓ ଭାରତ ଭଳି ଦେଶ ପାଇଁ S-400 ଏୟାର ଡିଫେନ୍ସ ସିଷ୍ଟମ୍ ବର୍ତ୍ତମାନ ପ୍ରତିରକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଏହି ପରୀକ୍ଷଣ ପରେ ଭାରତର ଆକାଶମାର୍ଗ ସୁରକ୍ଷା ବଳୟ ଆହୁରି ସୁଦୃଢ଼ ହୋଇଛି। ଭାରତୀୟ ବାୟୁସେନାରେ ଏହାର ନିୟମିତ ବ୍ୟବହାର ଶତ୍ରୁ ଶିବିରରେ ଭୟ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.