ବାଲେଶ୍ୱରରେ ପ୍ରଦୂଷଣ କଟକଣା

0

ଓଡ଼ିଆ ନ୍ୟୁଜ୍: ବାଲେଶ୍ବର ପୌରପାଳିକା ଓ ULB ପାଇଁ ପ୍ରଦୂଷଣ କଟକଣା। ଲଗାତର AQI ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଗାଇଡ୍‌ଲାଇନ।ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ।ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ ପାଇଁ NHAIକୁ ନିର୍ଦ୍ଦେଶ। ଖୋଲାରେ ଆବର୍ଜନା ପୋଡ଼ିବା ଓ ଢ଼ାବାରେ କୋଇଲା ରୋଷେଇ ମନା।ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ କଲେ ଜିଲ୍ଲାପାଳ।ଆଗାମୀ ୭ ଦିନ ପାଇଁ ଗାଇଡ୍‌ଲାଇନ ପାଳନ କରିବାକୁ ନିର୍ଦ୍ଦେଶ।

ଏନେଇ ଆଜି ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ଏସପି, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କଟକଣା ଆଦେଶ ଆଗାମୀ ୭ ଦିନ ଯାଏଁ ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନଏ ସି ଓ ମ୍ୟୁନିସିପାଲଟି ଅଞ୍ଚଳରେ ବଳବତ୍ତର ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକ, ବ୍ୟବସାୟୀ ଓ ସଂପୃକ୍ତ ସଂସ୍ଥାଙ୍କୁ ସାଧାରଣ ହିତ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସହଯୋଗ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.