ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିମାନଯାତ୍ରୀଙ୍କ ସୁରକ୍ଷାରେ ବଡ଼ ଅବହେଳାକୁ ନେଇ ବର୍ଷିଛନ୍ତି ଜ୍ୟୋରିରାଦିତ୍ୟ ସିନ୍ଧିଆ । ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ଘରୋଇ ବିମାନରେ ଅନେକ ବୈଷୟିକ ତ୍ରୁଟି ପରିଲକ୍ଷିତ ହେଉଥିବା ପ୍ରସଙ୍ଗରେ ସିନ୍ଧିଆ ଏପରି କହିଛନ୍ତି।
ନିକଟରେ ଘରୋଇ ବିମାନରେ ବୈଷୟିକ ତ୍ରୁଟି ପରିକ୍ଷଲକ୍ଷିତ ହୋଇଥିବାରୁ ସେଗୁଡିକ ମଧ୍ୟରୁ ଅନେକ ଅଧା ରାସ୍ତାରୁ ଫେରି ଆସିଥିବା ବେଳେ ଆଉ କେତେକ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଲୋକସଭାରେ ଏ ସଂପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସିନ୍ଧିଆ ଦର୍ଶାଇଛନ୍ତି ଗତବର୍ଷ ଜୁଲାଇରୁ ଚଳିତବର୍ଷ ଜୁନ୍ ମଧ୍ୟରେ ଘରୋଇ ବିମାନ କ୍ଷେତ୍ରରେ ୪୭୮ଟି ବୈଷୟିକ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଥିଲା।