ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପାଖେଇ ଆସୁଛି ଦୀପାବଳି । ଏଥର କଟକଣା ସାମାନ୍ୟତମ କୋହଳ ହୋଇଥିବାରୁ ଏହାକୁ ଧୁମଧାମରେ ପାଳନ କରିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏଥିରେ ଦୀପାବଳି ପାଇଁ ଭୁବନେଶ୍ୱରର ୭ଟି ସ୍ଥାନରେ ବାଣ ବିକ୍ରିକୁ ପ୍ରଶାସନ ଅନୁମତି ଦେଇଛି। ଭୁବନେଶ୍ୱରର ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀନଗର, ଲକ୍ଷ୍ମୀସାଗର, ବଡଗଡ଼ର ୨ଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନରଙ୍କୁ ଅବଗତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗାଡକଣର ଶବରସାହି ମେଳଝ୍ ପଡିଆ, ବମିଖାଲ ଅନ୍ତର୍ଗତ ରସୁଲଗଡ ଦୁର୍ଗାମଣ୍ଡପ, ପାଣ୍ଡରାର ପଳାଶୁଣି ବିଜୁ ପଟ୍ଟନାୟକ ଖେଳ ପଡିଆ, ବାପୁଜୀନଗର ଅନ୍ତର୍ଗତ ୟୁନିଟ୍-୧ ହାଇସ୍କୁଲ ପଛପାଖ, ଲକ୍ଷ୍ମୀସାଗର ମେଳଝ୍ ପଡିଆ, ବଡଗଡରେ ଶ୍ମଶାନ ସାମ୍ନା ଏବଂ ବିଡିଏ ମାର୍କେଟ୍ ପଛ ପାଖରେ ବାଣ ବିକ୍ରି କରାଯିବ। ଅନ୍ୟ କୌଶସି ସ୍ଥାନରେ ବାଣ ବିକ୍ରି ହେଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।