ଓଡ଼ିଆ ନ୍ୟୁଜ୍: ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ।ସମ୍ୱଲପୁର ନିକଟରେ ଲାଇନଚ୍ୟୁତ ହୋଇଥିବା ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା।ସକାଳ ୯ଟା ୧୮ରେ ଜେନେରାଲ୍ କୋଚର ଗୋଟିଏ ବଗି ହୋଇଛି ଲାଇନଚ୍ୟୁତ।ଟ୍ରେନଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ।ଧିମା ଗତିରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
ଟ୍ରେନ ନମ୍ବର ୨୦୮୩୧ ମହିମା ଗୋସାଇଁ ଏକ୍ସପ୍ରେସର ଏକ ଜେନେରାଲ କୋଚର ଗୋଟିଏ ବଗି ଟ୍ରାକରୁ ଖସିଛି । ଆଜି ସକାଳ ୯ଟା ୧୮ରେ ସମ୍ବଲପୁର ସହରରୁ ଅତି ଧୀର ଗତିରେ ଟ୍ରେନ ଛାଡିବାର କିଛି ସମୟ ପରେ ୯ଟା ୨୨ରେ ଦୁର୍ଘଟଣା ହୋଇଛି ।ବର୍ତ୍ତମାନ ଲାଇନ୍ ଚ୍ୟୁତ ବଗିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଲାଇନ୍ କ୍ଲିୟର ହେବ ବୋଲି କହିଛନ୍ତି ରେଳବାଇ ଅଧିକାରୀ ।