ବାପା ହେବାକୁ ମନ ବଳାଉଛନ୍ତି ସଲମାନ ଖାନ

0

ଓଡିଆ ନ୍ୟୁଜ (ବ୍ୟୁ୍ରୋ) : ବଲିଉଡ ଅଭିନେତା ସଲମାନ ଖାନ୍‌ ଛୋଟ ଛୁଆ ମାନଙ୍କୁ ଖୁବ ଭଲ ପାଆନ୍ତି। ଅନେକ ଫଟୋ ଏବଂ ଭିଡିଓରେ ସେ ତାଙ୍କ ଝିଆରୀ, ପୁତୁରା, ଭଣଜା, ଭାଣିଜୀମାନଙ୍କ ସହିତ ସମୟ କଟାଇବା ଦେଖିବାକୁ ମିଳିଥାଏ। ଭଉଣୀ ଅର୍ପିତା, ଅଲଭୀରା ଏବଂ ଭାଇ ସୋହେଲ ଏବଂ ଅରବାଜଙ୍କ ପିଲାମାନଙ୍କ ସହିତ ସେ ସମୟ ବିତାଇଥାନ୍ତି। ଇଣ୍ଡିଆ ଟିଭିର ଆପ୍ କୀ ଅଦାଲତ ସୋ’ରେ ଯୋଗଦେଇ ସେ କହିଛନ୍ତି ଯେ, ତାଙ୍କର ବାପା ହେବା ଯୋଜନା ଥିଲା।

ତେବେ ବର୍ତ୍ତମାନର ଆଇନ ଅନୁସାରେ ଭାରତରେ ଏହା ସମ୍ଭବ ହୋଇପାରିବ ନାହିଁ।ଏଥିପାଇଁ କ’ଣ କରିବାକୁ ହେବ ତାହା ଦେଖିବା ବୋଲି ସେ କହିଛନ୍ତି। କରନ ଜୋହରଙ୍କ ଦୁଇଟି ପିଲା ଥିବା ସଂପର୍କରେ ପ୍ରଶ୍ନ ହେବାରୁ ସେ ମଧ୍ୟ ଏଭଳି ପ୍ରଚେଷ୍ଟା କରିଥିଲେ ବୋଲି କହିଛନ୍ତି। ପିଲାଙ୍କ ପ୍ରତି ମୋର ପ୍ରବଳ ଭଲ ପାଇବା ରହିଛି। କିନ୍ତୁ ପିଲା ଆସିଲେ ମା’ ବି ଆସିବ। ପିଲା ପାଇଁ ମା ଅତ୍ୟନ୍ତ ଭଲ। କିନ୍ତୁ ଆମ ଘରେ ଅନେକ ମା’ ଅଛନ୍ତି ବୋଲି ସଲମାନ କହିଛନ୍ତି।

କହିରଖୁ ଯେ, ସଲମାନ ଖାନଙ୍କ ସିନେମା ‘କିସି କା ଭାଇ କିସି କି ଜାନ ’ଏବେ ପ୍ରେକ୍ଷାଳୟରେ ଚାଲିଛି। ଫରହାଦ୍ ସାମ୍‌ଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଉକ୍ତ ସିନେମାରେ ପୂଜା ହେଗ୍‌ଡେ, ଶେହନାଜ୍‌ ଗିଲ, ପଲ୍‌କ ତିୱାରୀ, ସିଦ୍ଧାର୍ଥ ନିଗମ, ଭୂମିକା ଚାୱଲା, ରାଘବ ଜୁୟାଲ ଏବଂ ଜସି ଗିଲ୍ ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ଆଗାମୀ ଦିନରେ ଟାଇଗର ୩ ନାମରେ ତାଙ୍କର ଏକ ସିନେମା ଆସିବ।

Leave A Reply

Your email address will not be published.