ସମୀର ୱାଙ୍ଖେଡେଙ୍କୁ ମିଳୁଛି ଧମକ, ସୁରକ୍ଷା ପାଇଁ କଲେ ଗୁହାରି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ  ଡ୍ରଗ୍ସ ମାମଲାରେ ଜେଲରେ ଭର୍ତ୍ତି କରିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ପୂର୍ବତନ ମୁମ୍ବାଇ ମୁଖ୍ୟ ସମୀର ୱାଙ୍ଖେଡେ ଏବେ ସିବିଆଇ ମାମଲାରେ ଫସି ଯାଇଛନ୍ତି।ସିବିଆଇ ତାଙ୍କ ନାଁରେ ୨୫ କୋଟି ଲାଞ୍ଚ ଅଭିଯୋଗ ଆଣିବା ସହ ମାମଲା ରୁଜୁ କରିଛି। ସମୀର ଏବେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସିବିଆଇ କରିଥିବା ମାମଲାକୁ ଖାରଜ କରିବା ପାଇଁ ସେ କୋର୍ଟରେ ନିବେଦନ କରିଛନ୍ତି। ଏଥିସହିତ ସମୀର ୱାଙ୍ଖେଡେ ନିକଟରେ କହିଛନ୍ତି କି, ‘ମୋତେ ଓ ମୋର ସ୍ତ୍ରୀ କ୍ରାନ୍ତି ରେଡକରଙ୍କୁ ଗତ ୪ଦିନ ହେବ ଧମକ ମିଳୁଛି। ଏଥିସହିତ ସୋସିଆଲ ମିଡିଆରେ ଅଶ୍ଳୀଳ ମେସେଜ ବି ପଠାଯାଉଛି। ମୁଁ ଏହି ଘଟଣା ସମ୍ପର୍କରେ ଆଜି ମୁମ୍ବାଇ ପୁଲିସଙ୍କୁ ଏକ ପତ୍ର ଲେଖି ବିଶେଷ ସୁରକ୍ଷା ପାଇଁ ଗୁହାରି କରିଛି।’୨୦୨୧ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନଲ ପ୍ରମୁଖ ଭାବେ ସମୀର ୱାଙ୍ଖେଡେ ବଲିଉଡର ଅନେକ ହାଏ ପ୍ରୋଫାଇଲ ଘଟଣାର ଯାଞ୍ଚର ନେତୃତ୍ବ ନେଇଥିଲେ।

ଯେଉଁଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗ ଓ ଡ୍ରଗ୍ସ ଆନ କ୍ରୁଜ ମାମଲାରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ସିବିଆଇ ସମୀର ୱାଙ୍ଖେଡେଙ୍କ ବିରୋଧ‌ରେ ମାଲଲା ରୁଜୁ କରି କହିଛନ୍ତି କି, ସମୀର ଶାହରୁଖ ଖାନଙ୍କ ଠାରୁ ୨୫କୋଟି ଟଙ୍କାର ଲାଞ୍ଚ ମାଗିବା ସହିତ ଆର୍ଯ୍ୟନ ଖାନଙ୍କ ବିରୋଧରେ ସେ  କୌଣସି ଅଭିଯୋଗ କରିବେ ନାହିଁ ବୋଲି କହିଥିଲେ।

୨୫କୋଟି ଟଙ୍କାର ଲାଞ୍ଚ ରାଶି ମଧ୍ୟରୁ ୫୦ଲକ୍ଷ ଟଙ୍କା ତାଙ୍କୁ ମିଳିଥିଲା। ଏହି ଟଙ୍କା ନେଣ-ଦେଣ ମାମଲାରେ ସାମିଲ ଥିଲେ କେପି ଗୋସାବି। ଯାହାଙ୍କ ଆର୍ଯ୍ୟନଙ୍କ ସହ ସେଲଫି ଭାଇରାଲ ବି ହୋଇଥିଲା।

Leave A Reply

Your email address will not be published.