‘ବିଜେପି’ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ମଲ୍ଲିକାର୍ଜୁନ ଖାଡ଼ଗେ, କହିଲେ ଏମିତି କଥା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆରମ୍ଭରୁ ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖାଦେଲାଣି ।  ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ  ଉଦ୍ଘାଟନ କରିବା ଉଚିତ । ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‘ବିଜେପି’ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।‘ବିଜେପି’ ସରକାର ବାରମ୍ବାର ‘ସାମ୍ବିଧାନିକ ସୌଜନ୍ୟ’ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛି ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ‘ନାମମାତ୍ର’ ସ୍ତରକୁ ଖସି ଆସିଲାଣି ବୋଲି ସେ ଅଭିଯୋଗ କରିଛନ୍ତି।ଉଲ୍ଲେଖଯୋଗ୍ୟ, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଅଟ୍ଟାଳିକା ଉଦ୍‌ଘାଟନ କରିବା ଲାଗି ଦିନ ଧାର୍ଯ୍ୟ କରାଯାଇଥିବା କଥା ଲୋକସଭା ସଚିବାଳୟସୂତ୍ରରୁ ପ୍ରକାଶ।

‘ବିଜେପି’ ସରକାର ବାରମ୍ବାର ‘ସାମ୍ବିଧାନିକ ସୌଜନ୍ୟ’ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛି ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ‘ନାମମାତ୍ର’ ସ୍ତରକୁ ଖସି ଆସିଲାଣି ବୋଲି ସେ ଅଭିଯୋଗ କରିଛନ୍ତି।ଉଲ୍ଲେଖଯୋଗ୍ୟ, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଅଟ୍ଟାଳିକା ଉଦ୍‌ଘାଟନ କରିବା ଲାଗି ଦିନ ଧାର୍ଯ୍ୟ କରାଯାଇଥିବା କଥା ଲୋକସଭା ସଚିବାଳୟସୂତ୍ରରୁ ପ୍ରକାଶ।ସେ ଆହୁରି ମଧ୍ୟ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ। ଭାରତର ସଂସଦ ହେଉଛି ଭାରତ ସାଧାରଣତନ୍ତ୍ରର ‌ସର୍ବୋଚ୍ଚ ବିଧାନ ପରିଷଦ୍‌ ଏବଂ ଭାରତର ରାଷ୍ଟ୍ରପତି ଏହାର ସର୍ବୋଚ୍ଚ ସାମ୍ବିଧାନିକ ଅଭିକର୍ତ୍ତା।

ଏକା ସେ ହିଁ ସର୍ବୋପରି ସରକାର, ବିରୋଧୀ ଏବଂ ଭାରତର ପ୍ରତ୍ୟେକ ନାଗରିକଙ୍କର ପ୍ରତିନିଧିତ୍ବ କରନ୍ତି। ସେ ହେଉଛନ୍ତି ଭାରତର ପ୍ରଥମ ନାଗରିକ।ରାଷ୍ଟ୍ରପତି ନୂତନ ପାର୍ଲାମେଣ୍ଟ୍‌ ଭବନ ଉଦ୍‌ଘାଟନ କଲେ ତାହା ‘ସାମ୍ବିଧାନିକ ସୌଜନ୍ୟ’ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ବୁଝାଇବ ବୋଲି ଖଡ଼ଗେ କହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.