ଓଡ଼ିଆ ନ୍ୟୁଜ୍: ପରାଜୟ ପରେ ଦଳକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି। ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ଏନେଇ ରବିବାର ବିଜେଡି ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତାରେ ଏହି ସୂଚନା ଦେଇଛି ଦଳ। ପ୍ରେସ୍ ବାର୍ତ୍ତାରେ କୁହାଯାଇଛି ଯେ, ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ବହିଷ୍କାର ଆଦେଶ ପ୍ରତ୍ୟାହାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହାକୁ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି।
ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ସମୀର ରଞ୍ଜନ ଦାଶ। ସେ କହିଛନ୍ତି ଯେ, ବିଜୁ ଜନତା ଦଳ ଦେଖେଇବାକୁ ଚାହୁଁଛି ଯେ, ଯିଏ ସବୁ ଛାଡିକି ଯାଇଛନ୍ତି ସେମାନେ ପୁଣି ଫେରୁଛନ୍ତି। ବିଜେଡିକୁ ରାଜ୍ୟରେ ଧରି ରଖିବା ଏକ କଷ୍ଟକର ବ୍ୟାପାର ହୋଇପଡିଛି। ତେଣୁ ବାଧ୍ୟ ବାଧକତାର ସହ ଏପରି କାର୍ଯ୍ୟ କରିବାକୁ ଦଳ ବାଧ୍ୟ ହେଉଛି। ନିଜେ ପକାଇଥିବା ଛେପକୁ ଢୋକିବା ଯାହା ବିଜେଡି ଏବେ ସେଇ ଅବସ୍ଥାରେ ପହଞ୍ଚିଛି।