ପୁଣି ବଢିପାରେ ସମୀର ୱାନଖେଡେଙ୍କ ସମସ୍ୟା; କ୍ରୁଜ୍ ଡ୍ରଗ୍ସ ମାମଲାରେ ଭୁଲ ଅନୁସନ୍ଧାନ ପାଇଁ ହୋଇପାରେ କାର୍ଯ୍ୟାନୁଷ୍ଠାନ
କ୍ରୁଜ୍ ଡଗ୍ ମାମଲାରେ ଏନସିବି ଚାର୍ଜସିଟରେ ଆର୍ଯ୍ୟନ୍ ଖାନକୁ କ୍ଲିନ୍ ଚିଟ୍ ମିଳିଛି। ଏଥି ସହ ଆର୍ଯ୍ୟନ୍ ଖାନ ମାମଲାର ତଦନ୍ତକାରୀ ଅଧିକାରୀ ସମୀର ୱାନକେଡେଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ସୂଚନାନୁସାରେ, ୱାନକେଡେଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଦକ୍ଷ ଅଧିକାରୀଙ୍କୁ କହିଛନ୍ତି। କ୍ରୁଜ୍ ଡ୍ରଗ୍ସ ମାମଲାରେ ଭୁଲ ଅନୁସନ୍ଧାନ ପାଇଁ ପୂର୍ବତନ ଏନସିବି ଅଧିକାରୀ ସମୀର ୱାନକେଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଦକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସମୀର ୱାନକେଡେଙ୍କ ନକଲି ଜାତି ପ୍ରମାଣପତ୍ର ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ କରୁଛି। କ୍ରୁଜରେ ମିଳିଥିବା ଡ୍ରଗ୍ସ ସଂପର୍କରେ ଏନସିବି ଶୁକ୍ରବାର ଦିନ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏକ କ୍ଲିନ୍ ଚିଟ୍ ଦେଇଛି। ଏହି ମାମଲାରେ କେବଳ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି, ପ୍ରମାଣ ଅଭାବରୁ ଆର୍ଯ୍ୟଙ୍କ ସମେତ ୬ ଜଣଙ୍କୁ ମୁକ୍ତ କରାଯାଇଛି।
ଏନସିବି ଡିଜି ଏସଏନ୍ ପ୍ରଧାନଙ୍କ ଅନୁଯାୟୀ ସମୀର ୱାନକେଡେଙ୍କ ଦଳ ଆର୍ଯ୍ୟନ୍ ଖାନ ଡ୍ରଗ୍ ମାମଲାରେ ଭୁଲ୍ କରିଛନ୍ତି। ଗିରଫ ସମୟରେ ସମୀର ୱାନକେଡେ ଏହି ଘଟଣାର ଅନୁସନ୍ଧାନ କରୁଥିଲେ। ପ୍ରଧାନଙ୍କ ଅନୁଯାୟୀ, ଯଦି ଏନସିବି କୌଣସି ଭୁଲ କରିନଥାନ୍ତା, ତେବେ ଏସଆଇଟି କାହିଁକି ତଦନ୍ତକୁ ନିଜ ହାତକୁ ନେଇଥାନ୍ତା?
ଏନସିବି ଭିଜିଲାନ୍ସ ଦଳର ରିପୋର୍ଟ ମଧ୍ୟ ଶୀଘ୍ର ଆସିପାରେ, ଯାହା ପରେ ସମୀର ୱାନକେଡେଙ୍କ ସମସ୍ୟା ବଢ଼ିପାରେ। ୱାନକେଡେ ଯେପରି ମାମଲା ପରିଚାଳନା କରିଥିଲେ ସେଥିରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ଭିଜିଲାନ୍ସ ଦଳ ଶୀଘ୍ର ଏହି ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିପାରନ୍ତି |