ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଧାୟକ ସନାତନ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି | ସାଧାରଣ ନିର୍ବାଚନ ପରେ ଚମ୍ପୁଆବାସୀ ନିଜ ପ୍ରତିନିଧି ଭାବେ ପୂର୍ବତନ ବିଧାୟକ ଶ୍ରୀ ସନାତନ ମହାକୁଡଙ୍କୁ ନିର୍ବାଚିତ କରିବା ପରେ ତାଙ୍କ ସମର୍ଥକ ମାନେ ଖୁଲମ୍ ଖୋଲା ଭାବେ ଦାଦାଗିରି କରୁଥିବା ଏହି ଭାଇରାଲ ଭିଡିଓ ମାଧ୍ୟମରେ ଦେଖା ଯାଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏହା ଲୋକଙ୍କ ସରକାର ବୋଲି କହୁଥିବା ବେଳେ ଏହି ସନାତନ ସମର୍ଥକ ମାନେ କେଉଁ ସାହସରେ ରାସ୍ତା ମଝିରେ କଙ୍ଗାରୁ କୋର୍ଟ ଆୟୋଜନ କରି ବିରୋଧୀଙ୍କୁ ଶାସ୍ତି ଦେଉଛନ୍ତି ତାହା ତଦନ୍ତର ବିଷୟ ।
ସୂଚନା ମୁତାବକ ବାମେବାରି ଥାନା ଅନ୍ତର୍ଗତ ନମ୍ଭିରା ଗ୍ରାମରେ ବିଧାୟକ ଶ୍ରୀ ସନାତନ ମହାକୁଡଙ୍କ ସମର୍ଥକ ମାନେ ତାଙ୍କ ଜଣେ ବିରୋଧୀଙ୍କୁ ମାଡଧର କରିବା ସହ ଉଠାବସା କରାଇ ଏହାର ଭିଡିଓ ମଧ୍ୟ କରିଥିଲେ। ଘଟଣାକୁ ନେଇ ଉଭୟ ପକ୍ଷରୁ ବାମେବାରି ଥାନାରେ ଏତଲା ଦିଆ ଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।