ବାଦାମ, ଚାଉଳ, ତୁଳସୀ, ସୋରିଷରେ ବିଶ୍ୱପ୍ରସିଦ୍ଧ ଖୁଦ୍ର ରଥ ନିର୍ମାଣ କରି ଚର୍ଚ୍ଚାରେ ସୁନୀଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଦାମ, ଚାଉଳ, ତୁଳସୀ, ସୋରିଷ ରେ ବିଶ୍ୱପ୍ରସିଦ୍ଧ ଖୁଦ୍ର ରଥ ନିର୍ମାଣ କରି ଚର୍ଚ୍ଚା ରେ ସୁନୀଲ | ରଣପୁର ବ୍ଲକ ରାଇପଡା ଗ୍ରାମର ସୁନୀଲ ପଲେଇ | ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ନିଜ ହାତରେ ନିର୍ମାଣ କରିଛନ୍ତି 3 ଖୁଦ୍ର ରଥ, ଏହି ରଥ ର ଉଚ୍ଚତା 3 cm ରହିଥିବା ବେଳେ, ଓସାର ହେଉଛି 2.5cm, ବାଦାମ, ଚାଉଳ, ତୁଳସୀ ଓ ସୋରିଷ ରେ ଏହି ଖୁଦ୍ରରଥ କୁ ନିର୍ମାଣ କରିଛନ୍ତି |

ଏହି 3 ଖୁଦ୍ର ରଥ କୁ ତିଆରି କରିବା ପାଇଁ ତାଙ୍କୁ 15ଦିନ ସମୟ ଲାଗିଥିଲା | ଏହା ପୂର୍ବରୁ ସେ ସେ ବାଦାମ ମଞ୍ଜିରେ ବିଶ୍ଵନିଅନ୍ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ |

ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଦିଆସିଲି କାଠି, ଚାଉଳ, ମୁଗ ରେ ରାମ ମନ୍ଦିର ତିଆରି କରି ପ୍ରଶଂସା ସାଉଁଟିଥିଲେ | ଏବେ ସେ ଖୁଦ୍ର ରଥ ନିର୍ମାଣ କରି ଆଖ ପାଖ ଅଞ୍ଚଳ ରେ ପ୍ରଶଂସା ର ପାତ୍ର ହୋଇ ଚର୍ଚ୍ଚା ରେ ଅଛନ୍ତି |

Leave A Reply

Your email address will not be published.