ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରତ୍ନ ଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ। । ରତ୍ନଭଣ୍ଡାର ଖୋଲି ତୁରନ୍ତ ମରାମତି ପାଇଁ ASIକୁ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନ ଅଛି । ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ରତ୍ନଭଣ୍ଡାରର ତୁରନ୍ତ ମରାମତିର ଆବଶ୍ୟକତା ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

କାନ୍ଥ, ଛାତ, ପୁରା ବେସମେଣ୍ଟରେ ଫାଟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ନହେବା ଦୁଃଖର ବିଷୟ ବୋଲି ସୁଦର୍ଶନ କହିଛନ୍ତି । ସେ ଚିଠି ଲେଖିଛନ୍ତି ଯେ, ୨୦୧୮ରେ ASIର ଟେକନିକାଲ କମିଟି ରତ୍ନଭଣ୍ଡାରର ଅନୁଧ୍ୟାନ କରିଥିଲା। ଏହି ଅନୁଧ୍ୟାନ ବେଳେ ରତ୍ନଭଣ୍ଡାର ଭିତର ଅଂଶ ଅନେକାଂଶରେ ନଷ୍ଟ ହୋଇଥିବା ଜାଣିବାକୁ ପାଇଥିଲା ASI। ରତ୍ନଭଣ୍ଡାରର କାନ୍ଥ, ଛାତ ଓ ଚଟାଣ କ୍ଷତିଗ୍ରସ୍ତ ହୋଇଥବା ASI ଦେଖିବାକୁ ପାଇଥିଲା। ଏହାପରେ ଏହାର ତୁରନ୍ତ ମରାମତି ପାଇଁ ASI ପ୍ରସ୍ତାବ ଦେଇଥିଲା। ।

ତେବେ ଏହା ଭିତରେ ୬ ବର୍ଷ ବିତି ଯାଇଥିବା ବେଳେ ଏହି କ୍ଷତିଗ୍ରସ୍ତ ଅଂଶ ଅଧିକ ନଷ୍ଟ ହୋଇଥିବ ବୋଲି ଆଶଙ୍କା କରିଛନ୍ତି ସୁଦର୍ଶନ। ତେବେ ଫେବ୍ରୁଆରୀ ୨୦୨୪ରେ ରତ୍ନଭଣ୍ଡାର ବାହାର ଭାଗରେ ହୋଇଥିବା ଲେଜର ସ୍କାନିଂ ବେଳେ ବି ଫାଟ ଥିବା ଜଣାପଡ଼ିଥିଲା। ତେବେ ଅଧିକ କ୍ଷତିଗ୍ରସ୍ତ ହେବା ପୂର୍ବରୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ସୁଦର୍ଶନ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.