ଭୁଲିଗଲା ରକ୍ତ ସମ୍ପର୍କ; ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମିବାଡ଼ି ବିବାଦ ସାଜିଲା କାଳ ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜନ୍ମ କଲା ପୁଅ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦୋର୍ଲୋ ଗାଁରେ ।

ମୃତ ବ୍ୟକ୍ତିଙ୍କ ପରିଚୟ ଗୋପୀନାଥ ଭରାସାଗର ବୋଲି ଜଣା ପଡିଛି । ଅମାନୁଷିକ କାଣ୍ଡ ଘଟାଇ ଫେରାର ହୋଇଯଆଇଛି ପୁଅ ମୋହନ ଭରାସାଗର । ଜମିବାଡ଼ି ବିବାଦକୁ ନେଇ ଗୋପୀନାଥ ଓ ତାଙ୍କ ପୁଅ ମଧ୍ୟରେ ବଚସା ହୋଇଥିଲା। ପରେ ମୋହନ ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ପେଟ୍ରୋଲ ଆଣି ବାପାଙ୍କ ଉପରେ ଢାଳି ଦେଇଥିଲା।

ପରେ ନିଆଁ ଲଗାଇ ଦେଇଥିଲା। ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗ୍ରାମବାସୀ ଘଟଣାସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Comments are closed.