0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଷ୍ଟାଦଶ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ତିନିଥରର ବିଜେପି ସାଂସଦ ଓମ ବିର୍ଲା। ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ପଦବୀ ଅଳଙ୍କୃତ କରିଛନ୍ତି। ଭଏସ୍ ଭୋଟରେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ହାରଇ ବାଚସ୍ପତି ହେବା ପରେ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ଜଣାଯାଇଛି। ଇଣ୍ଡିଆ ମେଣ୍ଟ୍‌ର ପ୍ରତିନ୍ଦ୍ବନ୍ଦ୍ବୀ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇଛନ୍ତି ଓମ୍‌ ବିର୍ଲା। ଏଥର ନିର୍ବାଚିତ ହେବା ପ‌ରେ ସେ ଦ୍ବିତୀୟ ଥର ପାଇଁ ବାଚସ୍ପତି ହୋଇଛନ୍ତି। ଭୋଟ୍‌ ଡିଭିଜନ୍‌ ଦାବି ନଥିବାରୁ ତାଙ୍କୁ ସିଧାସଳଖ ନିର୍ବାଚିତ କରାଯାଇଛି।

ଏହାପରେ ବାଚନିକ ଭୋଟରେ ଓମ୍ ବିର୍ଲା ବିଜୟୀ ହୋଇଥିବା ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଏହାପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବାଚସ୍ପତି ପୋଡିୟମକୁ ପାଛୋଟି ନେଇଥିଲେ। ଓମ୍ ବିର୍ଲାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ୨୦ ମିନିଟର ଫୋନ୍ କଲ ପରେ କେ ସୁରେଶଙ୍କୁ ତ୍ରୁଣମୂଳ କଂଗ୍ରେସର ସମର୍ଥନ ମିଳିଥିଲା।

୧୯୭୬ ମସିହା ପରଠାରୁ ଏହା ହେବ ପ୍ରଥମ ବାଚସ୍ପତି ନିର୍ବାଚନ। ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂହ ତ‌ାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଉଲ୍ଲେଖଯୋଗ୍ୟ, ଓମ୍‌ ବିଲା ୪୧,୦୦୦ ଭୋଟ୍‌ ମାର୍ଜିନରେ କୋଟା ଲୋକସଭା ଆସନ ଜିତିଛନ୍ତି।

Leave A Reply

Your email address will not be published.