ଅଲଗା ହେବେ ସାନିଆ- ସୋଏବ !

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅଲଗା ହେବେ ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲିକ। ଉଭୟଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିବା କଥା ଗତ କିଛି ମାସ ତଳେ ଶୁଣିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଉଭୟ ପତି-ପତ୍ନୀ ସେମାନଙ୍କ ମଧ୍ୟରେ ସବୁ ଠିକ୍‌ ଅଛି ବୋଲି କହିଥିଲେ। ହେଲେ ଲାଗୁଛି ପୁଣି ଥରେ ଷ୍ଟାର୍‌ ଦମ୍ପତିଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲାଣି। ଷ୍ଟାର ଦମ୍ପତିଙ୍କର ଏକ ସନ୍ତାନ ରହିଛି, ଯାହାଙ୍କ ନାମ ଇଜହାନ ମିର୍ଜା ମଲିକ। ୨୦୧୮ ମସିହା ଅକ୍ଟୋବର ୩୦ ତାରିଖରେ ଜନ୍ମଲାଭ କରିଥିବା ଇଜ୍‌ହାନ ଉଭୟ ବାପାମାଆଙ୍କର ଗଳାର ମାଳି। ସାନିଆ ଓ ସୋଏବ ଦୁହେଁ ନିଜ ପିଲାକୁ ନେଇ ବେଶ୍‌ ଯତ୍ନଶୀଳ।                  ତେବେ ବର୍ତ୍ତମାନ ଘଟିଥିବା ଆଉ ଏକ ଘଟଣା ସେମାନଙ୍କ ଛାଡପତ୍ରକୁ ନେଇ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ସାନିଆ ମିର୍ଜାଙ୍କ ନାମ ସୋଏବ ମଲିକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପତ୍ନୀ ଭାବରେ ଆଉ ଦେଖିବାକୁ ମିଳୁନାହିଁ। ଏହାପୂର୍ବରୁ କ୍ରିକେଟରଙ୍କ ଇନ୍‌ଷ୍ଟା ବାୟୋରେ ସୁପର୍‌ୱମ୍ୟାନ୍‌ ସାନିଆ ମିର୍ଜାଙ୍କ ସ୍ବାମୀ ବୋଲି ଉଲ୍ଲେଖ ଥିଲା। ଯାହାକୁ ଏବେ ହଟାଇ ଦେଇଛନ୍ତି ସୋଏବ। କେବଳ ‘ଏକ ବାସ୍ତବ ଆଶୀର୍ବାଦର ବାପା’ ବୋଲି ଉଲ୍ଲେଖ ଅଛି। ପତ୍ନୀ ସାନିଆଙ୍କୁ ସୋଏବ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ସେହିପରି ଲେଖି ସମସ୍ତଙ୍କୁ ଚୁପ୍‌ କରି ଦେଇଥିଲେ। ଏବେ ବାୟୋରୁ ତାହାକୁ କାଟିଦେବା ପରେ ପୁଣି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ସନ୍ଦେହ କରିବା ଆରମ୍ଭ କରିଛନ୍ତି। ୨୦୧୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସାନିଆ ସୋଏବ।

Leave A Reply

Your email address will not be published.