୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କରୋନା ଭାଇରସ ସାରା ବିଶ୍ୱକୁ ଚିନ୍ତାରେ ପକାଇସାରିଲାଣି l ମାରାତ୍ମକ କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଛନ୍ତି lଏହି ପଦକ୍ଷେପ ଗୁଡିକୁ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମାନେ l ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ଭାଇରସ୍ ଉପରେ ନିୟନ୍ତ୍ରଣ ନିମନ୍ତେ ବିଦେଶ ଫେରନ୍ତାଙ୍କୁ ସ୍ୱେଚ୍ଛାକୃତ ପଞ୍ଜିକରଣ ବ୍ୟବସ୍ଥା ସହ ୧୪ଦିନର ‘ହୋମ ଆଇସୋଲେସନ’ରେ ରଖିବା ନିମନ୍ତେ ପରାମର୍ଶ ଦିଆଯାଉଥିବାରୁ ଆଜି ପୁରୀ ଗଜପତି ମହାରାଜାଙ୍କ ସମେତ ଆଇଏଏସ୍ ଭିନିଲ କ୍ରିଷ୍ଣା ନିଜକୁ ଏହି ପ୍ରକ୍ରିୟାରେ ସାମିଲ କରିଛନ୍ତି। ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପୁଅ ସ୍ୱଇଚ୍ଛାରେ ନିଜକୁ ଏହି ପ୍ରକ୍ରିୟାରେ ସାମିଲ କରିଛନ୍ତି।
ଶ୍ରୀ ଦାସବର୍ମା କହିଛନ୍ତି ଯେ, ତାଙ୍କ ପୁଅ ଗତକାଲି ଲଣ୍ଡନରୁ ଫେରିଛି। ତାଙ୍କୁ ଏକ ଅଲଗା ଘରେ ଆଇସୋଲେସନରେ ରଖିଛନ୍ତି Iତାଙ୍କ ପୁଅ ଲଣ୍ଡନରୁ ଫେରିବା ସମ୍ପର୍କରେ ମଧ୍ୟ ପ୍ରଶାସନକୁ ସେ ଜଣାଇଛନ୍ତି।