ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର, ଦତ୍ତ୍ୱେଶ୍ୱର ହୋତା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତ୍ୱେଶ୍ୱର ହୋତା । ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର।ସେପଟ କମନ କ୍ୟାଣ୍ଡିଡେଟ ହିସାବରେ ଦତ୍ତ୍ୱେଶ୍ୱର ହୋତା ଭରିଲେ ନାମାଙ୍କନ।ଏହି ନାମାଙ୍କନ ଦାଖଲ ସମୟରେ ଦେଖିବାକୁ କିଛି ରୋଚକ ଦୃଶ୍ୟ । ପରସ୍ପର ବିରୋଧୀ ଥିବା ଦୁଇ ଦଳର ଦୁଇ ନେତା ଏକାଠି ଗୋଟିଏ ଜାଗାରେ ବସିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା ।

ରାଜ୍ୟରେ ଏବେ ରାଜ୍ୟସଭା ରାଜନୀତି । ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଥିଲା ନାମାଙ୍କନ ଦାଖଲର ଶେଷ ଦିନ। ଏହିକ୍ରମରେ ୩ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ୪ର୍ଥ ସିଟ୍ ପାଇଁ କମନ କ୍ୟାଣ୍ଡିଡେଟ୍ ଥିବା ଡ. ଦତ୍ତେଶ୍ୱର ହୋତା ନାମାଙ୍କନ ଭରିଛନ୍ତି । ପ୍ରଥମେ ସଂତୃପ୍ତ ମିଶ୍ର ନାମାଙ୍କନ ଭରିଥିଲେ । ଏହାପରେ ଡ. ହୋତା ନାମାଙ୍କନ ଭରିଥିଲେ

 

Leave A Reply

Your email address will not be published.