ଆମର ୨ ପ୍ରାର୍ଥୀ ଜିତିବେ: ସଂତୃପ୍ତ ମିଶ୍ର

0

ଓଡ଼ିଆ ନ୍ୟୁଜ୍: ଆମେ ଦୁଇ ଜିତିବୁ କହିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର।ରାଜ୍ୟସଭା ନିର୍ବାଚନ ନେଇ ବିଜେପିକୁ ତେରଛା ବାଣ ମାରିଲେ ସଂତୃପ୍ତ। ହୋଲି ଖେଳିଲେ ରଙ୍ଗ ବଦଳିଯାଏ, କିନ୍ତୁ ଗାଧେଇ ପଡ଼ିଲେ ଅସଲ ଚେହେରା ସାମ୍ନାକୁ ଆସେ। ‘ଓଡ଼ିଶାବାସୀ ଅସଲ ଚେହେରାକୁ ଚିହ୍ନିଛନ୍ତି, ଆମେ ଆଶାବାଦୀ ଆମର ୨ ପ୍ରାର୍ଥୀ ଜିତିବେ’।

ସୂଚନାଯୋଗ୍ୟ ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ନେଇ ବିଜେଡିରୁ ତୃତୀୟ ସିଟ୍ ପାଇଁ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିବା ବେଳେ ଚତୁର୍ଥ ସିଟ୍ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଘୋଷଣା କରିଛନ୍ତି । ନବୀନ ଏଥର ସଂତୃପ୍ତ ମିଶ୍ରଙ୍କ ଉପରେ ଭରଷା କରିଛନ୍ତି । ଯିଏକି ୨୦୨୪ରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଥିଲେ ସଂତୃପ୍ତ । ଆଦିତ୍ୟ ବିର୍ଲ୍ଲା ଗ୍ରୁପ୍‌ର ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଚାକିରିରୁ ଅବସର ନେଇ ସେ ରାଜନୀତିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.