ଆଜି ଶପଥ ନେବେ ଶିବରାଜ ସିଂ

0

ମଧ୍ଯ ପ୍ରଦେଶରେ ଚାଲିଥିବା ମହା ଡ୍ରାମାରେ ଆଜି ଅନ୍ତ ଘଟିବାକୁ ଯାଉଛି l ଆଜି ସନ୍ଧ୍ୟାରେ ନୂତନ ମୁଖ୍ୟ ମନ୍ତ୍ରୀ ଭବରେ ଶିବରାଜ ସିଂ ଚୌହାନ ଶପଥ ନେବାକୁ ଯାଉଛନ୍ତି l ଶିବରାଜା ସିଂ ଚତୁର୍ଥ ଥର ପାଇଁ ମଧ୍ଯ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ହେବାକୁ ଯାଉଛନ୍ତି l କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଙ୍କ ସମେତ 22 କଂଗ୍ରେସ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବାପରେ କମଲ ନାଥ ସରକାର ସଙ୍କଟ ରେ ପଡିଯାଇଥିଲା l ଫଳରେ କଂଗ୍ରେସ ବିଧାନସଭା ରେ ତାହାର ସଂଖ୍ୟା ଗରିଷ୍ଠତା ହରାଇଥିଲା l କମଲ ନାଥ ଆସ୍ତା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଗୁରୁବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ l

Leave A Reply

Your email address will not be published.