କରୋନା ପାଇଁ ପଶୁ ପ୍ରେମୀଙ୍କ ଅନୁରୋଧ

0

ମହାମାରୀ କରୋନା ମଣିଷ ଠାରୁ ଆରମ୍ଭ କରି ଜବ ଜନ୍ତୁ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନଶୈଳୀ କୁ ପରିବର୍ତନ କରିଦେଇଛି l ମହାମାରୀ କରୋନା ପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ମଣିଷ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛି l ହେଲେ ଏହି ଘଡିସନ୍ଧି ମୁହୂର୍ତ୍ତ ରେ ମଣିଷ ମାନଙ୍କ ଉପରେ ନିର୍ଭର କରୁଥିବା ପଶୁ ପକ୍ଷୀ ମାନେ କରିବେ କଣ ? ଯିବେ କୁଆଡେ ? ଏଥିପାଇଁ ଏବେ ଚିନ୍ତାରେ ପଶୁ ପ୍ରେମୀ l ସରକାରଙ୍କ ନିର୍ଦେଶ କ୍ରମେ ସମସ୍ତ ରେସ୍ତୋରାଁ, ଢାବା, ଫୁଡ୍ କୋର୍ଟ ଆଦିକୁ ବନ୍ଦ କରିଦିଆଯାଇଛି l ଫଳରେ ପଶୁ ପକ୍ଷୀ ମାନେ ଯୋଉଠି ଖାଦ୍ୟ ପାଉଥିଲେ ବର୍ତମାନ୍ ସେଇଠି ତାଲା l ତେଣୁ ଖାଦ୍ୟ ପ୍ରସ୍ତୁତ ସମୟରେ ଅଧିକ ଦୁଇଟି ରୁଟି ପ୍ରସ୍ତୁତ କରି ବୁଲା ପ୍ରାଣୀ ମାନଙ୍କୁ ଦେବାକୁ ପଶୁ ପ୍ରେମୀ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.