ଭୋଟିଂରେ ଭାଗ ନେବନି ବିଜେଡି: ସସ୍ମିତ ପାତ୍ର

0

ଓଡ଼ିଆ ନ୍ୟୁଜ୍: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ବିଜେଡି। ଏନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା।ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବ। ଆଜି ଏନେଇ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖିଛି। ଏଣୁ ଦଳ ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶାରେ ଲୋକସଭାର ୨୦ ସାଂସଦ ବିଜେପିର। ତେଣୁ ଓଡ଼ିଶାରୁ ଏନ୍‌ଡିଏ ପ୍ରାର୍ଥୀ ଭୋଟ୍‌ ପାଇବାରେ ଅସୁବିଧା ନାହିଁ। ତେବେ ରାଜ୍ୟସଭାରେ ଏବେ ବି ବିଜେଡିର ସଂଖ୍ୟା ଅଧିକ। ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି। ଏନ୍‌ଡିଏ ପ୍ରାର୍ଥୀଙ୍କୁ ଜିତିବା ପାଇଁ ବିଜେଡିର ସମର୍ଥନ ସେତେଟା ଗୁରୁତ୍ବ ରଖୁନି।

 

Leave A Reply

Your email address will not be published.