ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦ୍ରୁତତମ ‘ସ୍ମାଶ୍’ର ବିଶ୍ବ ରେକର୍ଡ କରିଛନ୍ତି ଭାରତର ବ୍ୟାଡମିଣ୍ଟନରେ ଷ୍ଟାର ଖେଳାଳି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ । ସେ ଘଣ୍ଟାପ୍ରତି ୫୬୫ କିଲୋମିଟର ବେଗରେ ସ୍ମାଶ୍ ମାରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି। ନିକଟରେ ଚିରାଗ ସେଟ୍ଟୀଙ୍କ ସହ ମିଶି ଇଣ୍ଡୋନେସିଆ ଓପନ୍ ସୁପର ୧୦୦୦ ଟାଇଟଲ ଜିତିଥିବା ସାତ୍ୱିକ ୨୦୧୩ ମେ’ ମାସରେ ମାଲେସିଆର ଟେନ୍ ବୁନ୍ ହୟୋଙ୍ଗଙ୍କ ଦ୍ୱାରା ସ୍ଥାପିତ ୪୯୩ କିଲୋମିଟର ରୁ ଅଧିକ ଘଣ୍ଟାର ଏକ ସ୍ମାଶକୁ ପଛରେ ପକାଇଦେଇଛନ୍ତି । ଏହା ସହିତ ପ୍ରାୟ ଏକ ଦଶନ୍ଧିରୁ ଅଧିକ ପୁରୁଣା ବିଶ୍ବରେକର୍ଡକୁ ଭାଙ୍ଗିଛନ୍ତି। ବାସ୍ତବରେ ଫର୍ମୁଲା ୱାନ୍ କାର୍ ଦ୍ୱାରା ହାସଲ କରାଯାଇଥିବା ଦ୍ରୁତତମ ୩୭୨.୬ କିଲୋମିଟର ବେଗ ତୁଳନାରେ ସାତ୍ୱିକଙ୍କ ସ୍ମାସ୍ ଦ୍ରୁତ ଥିଲା ।
ସେହିପରି ମହିଳା ବର୍ଗରେ ଦ୍ରୁତତମ ବ୍ୟାଡ୍ ମିଣ୍ଟନ ‘ସ୍ମାଶ’ର ରେକର୍ଡ ମାଲେସିଆର ଟେନ୍ ପିଏର୍ଲିଙ୍କ ନାମରେ ରହିଛି, ଯିଏ ଘଣ୍ଟାପ୍ରତି ୪୩୮ କିଲୋମିଟର ବେଗରେ ସ୍ମାଶ କରିଥିଲେ । ଜାପାନର କ୍ରୀଡ଼ା ଉପକରଣ ନିର୍ମାତା ୟୋନେକ୍ସ ଏକ ବିଜ୍ଞପ୍ତିରେ କହିଛି ଯେ ୟୋନେକ୍ସ ବ୍ୟାଡମିଣ୍ଟନ ଖେଳାଳି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ (ଭାରତ) ଏବଂ ଟେନ୍ ପିଏର୍ଲି (ମାଲେସିଆ) ଯଥାକ୍ରମେ ଦ୍ରୁତତମ ପୁରୁଷ ଏବଂ ମହିଳା ବ୍ୟାଡମିଣ୍ଟନ ହିଟ୍ ପାଇଁ ଏକ ନୂତନ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି