ଓଡ଼ିଆ ନ୍ୟୁଜ୍: ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ।ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ।କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ।କଟକର ଜଣେ ବ୍ୟବବାୟୀଙ୍କୁ ବକେୟା ୪୮ ଲକ୍ଷ ଟଙ୍କା ଦେଉନଥିବା ଅଭିଯୋଗ।ପାଲଟା ଅଭିଯୋଗ କଲା ଅଙ୍କିତଙ୍କ କମ୍ପାନୀ ଏମ୍ଫୋରିଆ ୱାର୍କସ୍ ପ୍ରାଇଭେଟ୍ ଲିମିଟେଡ୍। ଏସ୍ଏସ୍ବି ଇଲେକ୍ଟ୍ରିକାଲ୍ସ୍ ମାଲିକ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ୱାଇଁଙ୍କ ନାଁରେ ଏତଲା।କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ କ୍ଷତି ଘଟିଛି ବୋଲି ମ୍ୟାନେଜରଙ୍କ ଅଭିଯୋଗ।ଟଙ୍କା ଠକେଇର ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଅଙ୍କିତ ପ୍ରତାପ ଜେନା।
କେନ୍ଦ୍ରାପଡ଼ାରେ ବିଦ୍ୟୁତ୍ ସରଞ୍ଜାମ କାର୍ଯ୍ୟ କରିବା ପାଇଁ ଏହି କମ୍ପାନୀରୁ ସେମାନେ ୱର୍କ ଅର୍ଡର ପାଇଥିଲେ ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ସେମାନଙ୍କର ୪୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅଙ୍କିତ ପ୍ରତାପ ଜେନା ଟଙ୍କା ଦେଉନାହାନ୍ତି ।ବାରମ୍ବାର ଦିନ ଗଡ଼ାଇ ଚାଲିଛନ୍ତି ।ଟଙ୍କା ନ ମିଳିବାରୁ ସେ କର୍ମଚାରୀଙ୍କ ଦରମା ଦେଉପାରୁନାହାନ୍ତି। ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷରେ, ଅଙ୍କିତ ପ୍ରତାପ ଜେନାଙ୍କ କମ୍ପାନୀ ଏମ୍ପୋରିଆ ୱାର୍କ୍ସ ପ୍ରାଇଭେଟ୍ ଲିମିଟେଡ ମ୍ୟାନେଜର ଦେବାଶିଷ ଦାସ ଅଭିଯୋଗ କରିଛନ୍ତି ଯେ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ବାଇଁ ତାଙ୍କ କମ୍ପାନୀ ଅଧୀନରେ କେନ୍ଦ୍ରାପଡ଼ାରେ ଇଲେକ୍ଟ୍ରିକାଲ କାର୍ଯ୍ୟ କରୁଥିଲେ । ହେଲେ ଦୁହେଁ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ କମ୍ପାନୀର କ୍ଷତି ଘଟିଛି । ଏହି ଅଭିଯୋଗକୁ ଭିଭିକରି ଅରୋବିନ୍ଦ୍ ଓ ଗଣେଶଙ୍କ ବିରୋଧରେ ଅନ୍ୟଏକ ମାମଲା ରୁଜୁ ହୋଇଛି।