ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଚିକିତ୍ସା ବିଜ୍ଞାନ ଜଗତରେ ଇତିହାସ ରଚିଲା ଏସସିବି ମେଡିକାଲ।ଏସସିବି ମେଡିକାଲ ରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀ ଙ୍କ 2ଟି କିଡ଼ନୀ ଆତ୍ମୀୟ ଦାନ କରିବା ପରେ ଏହି କିଡ଼ନୀ ଦୁଇ ଜଣ ରୋଗୀ ଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି।ଏହା ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗ ରେ 4ଟି କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ହୋଇଛି।ତେବେ ସମସ୍ତ କେଶରେ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ବରଣ କରିଥିବା ରୋଗୀ ଙ୍କ କିଡ଼ନୀ ଏସସିବି ଅଣାଯାଇ ଏହି ବିରଳ ସର୍ଜରୀ କରାଯାଇଥିଲା।ତେବେ ପ୍ରଥମ ଥର ପାଇଁ ଏସସିବି ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ କିଡ଼ନୀ ଦାନ ଯୋଗୁ ଏଠାରେ ଏହି ଅସ୍ତ୍ରୋପଚାର ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ପର୍ଣ୍ଣ ହୋଇଛି। ପରିବାର ଲୋକଙ୍କ ସମ୍ମତି ପରେ ମୃତ ତନୁଜା କରଙ୍କ ଶରୀର ରୁ ଦୁଇଟି କିଡ଼ନୀ କଢ଼ାଯାଇ ଦୁଇ କିଡ଼ନୀ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ଦୁଇଜଣ ବ୍ୟକ୍ତି ହେଲେ ଝାରସୁଗୁଡା ର ଆଲୋକ ବୋଡାକ ଓ ସୁଯ୍ୟ ରଞ୍ଜନ ସାହୁ। ଆଲୋକ ଙ୍କ ଏହା ପ୍ରଥମ ଓ ସୂର୍ଯ୍ୟ ଙ୍କ ର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି।ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।ଏହି ବିରଳ ଅପରେସନ ରେ ଡାକ୍ତର ଅରୁଣାଙ୍କ ସହିତ ୧୭ଜଣ ମେଡିକାଲ ଟିମ ସହଯୋଗ କରିଥିଲେ।
ଏହି ଅପରେସନ କୁ ନେଇ ଦୁଇ ରୋଗୀ ଙ୍କ ଆତ୍ମୀୟ ଖୁସି ପ୍ରକଟ କରିଛନ୍ତି. ଆଲୋକ ଗତ 2ବର୍ଷ ହେବ ଓ ସୂର୍ଯ୍ୟ 19 ବର୍ଷ ହେବ କିଡ଼ନୀ ରୋଗରେ ପୀଡିତ ଥିଲେ।ସୂର୍ଯ୍ୟ ଙ୍କ କିଡ଼ନୀ 2000 ମସିହାରେ ପ୍ରତିରୋପଣ ହୋଇଥିବା ବେଳେ ଗତ ସେପ୍ଟେମ୍ବର ରୁ ଖରାପ ହୋଇଯାଇଥଲା।ଏସସିବି ତାଙ୍କୁ ଫୋନ ଯୋଗେ କିଡ଼ନୀ ପ୍ରତିରୋପଣ ପାଇଁ ସୋମବାର ଡକାଯାଇଥିଲା।ତନୁଜା ଙ୍କ ଦାନ ଓ ଡାକ୍ତର ଙ୍କ ଉଦ୍ୟମ ପାଇଁ ଏହା ସମ୍ଭବ ହୋଇପାରିଲା ବୋଲି କହିବା ସହିତ ସମସ୍ତକୁ ଧନ୍ୟବାଦ ଜଣାଇଛନ୍ତି।ଏଥି ସହିତ ଅଂଗଦାନ ପ୍ରତି ସମସ୍ତେ ସଚେତନ ହୁଅନ୍ତୁ ବୋଲି କହିଛନ୍ତି।