ହିନ୍ଦୁ ସହପାଠୀକୁ ଚାପୁଡ଼ା ମାରିବା ପାଇଁ କହିଥିବା ସ୍କୁଲ୍‌ ଶିକ୍ଷୟିତ୍ରୀ ଗିରଫ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ହିନ୍ଦୁ ସହପାଠୀକୁ ଚାପୁଡ଼ା ମାରିବା ପାଇଁ କହିଥିବା ସ୍କୁଲ୍‌ ଶିକ୍ଷୟିତ୍ରୀ ଗିରଫ। ଜଣେ ହିନ୍ଦୁ ସହପାଠୀକୁ ଚାପୁଡ଼ା ମାରିବା ଲାଗି ଜଣେ ମୁସଲ୍‌ମାନ ଛାତ୍ରଙ୍କୁ କହିଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ମୁଜାଫର ନଗରରେ ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇ ଗିରଫ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ସେପ୍ଟେମ୍ବର ୨୬ ତାରିଖ ଦିନ ସମ୍ଭଲ ଜିଲ୍ଲା ଅନ୍ତର୍ଗତ ଦୁଗାୱାର୍‌ ଗାଁ’ରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଉକ୍ତ ଘଟଣା ଘଟିଥିଲା। ଶଇସ୍ତା ନାମରେ ଜଣେ ଶିକ୍ଷୟିତ୍ରୀ ୫ମ ଶ୍ରେଣୀର ଜଣେ ଛାତ୍ରଙ୍କୁ ପ୍ରଶ୍ନ ପଚାରିଥିଲେ। କିନ୍ତୁ, ଛାତ୍ରଜଣକ ପ୍ରଶ୍ନର ଉତ୍ତର ନ ଦେଇ ପାରି ନ ଥିଲେ। ତେଣୁ, ଶିକ୍ଷୟିତ୍ରୀ ସେ ଛାତ୍ରଙ୍କୁ ଚାପୁଡ଼ା ମାରିବା ପାଇଁ ତା’ର ଜଣେ ମୁସଲମାନ ସହପାଠୀକୁ କହିଲେ। ମନଖରାପ କରି ସେ ୧୧ ବର୍ଷିୟ ହିନ୍ଦୁ ଛାତ୍ରଜଣକ ଘରେ ମଉନ ହୋଇ ବସି ରହିବାରୁ ତା’ର ବାପା ଘଟଣା କ’ଣ ବୋଲି ପଚାରି‌ବାରୁ ସେ ସବୁ କଥା କହିଲା। ତା’ ବାପାଙ୍କ ଅଭିଯୋଗକ୍ରମେ ସେପ୍ଟେମ୍ବର ୨୭ ତାରିଖ ଦିନ ଉକ୍ତ ଶିକ୍ଷୟିତ୍ରୀଙ୍କ ନାଁରେ ଅସ୍‌ମୋଲି ଥାନାରେ ମାମଲା ‘ଆଇପିସି’ ଧାରା ୧୫୩ଏ ଓ ୩୨୩ ଅନୁଯାୟୀ ରୁଜୁ କରାଗଲା। ଅଭିଯୋଗ ପତ୍ରର, ଛାତ୍ରର ବାପା ଉଲ୍ଲେଖ କରିଛନ୍ତି ‌ଯେ, ମୁସଲ୍‌ମାନ ସହପାଠୀଙ୍କଦ୍ବାରା ଚାପୁଡ଼ା ଦେଇ ଶିକ୍ଷୟିତ୍ରୀ ପୁଅର ଧାର୍ମିକ ଆବେଗକୁ ଆଘାତ କରିଛନ୍ତି।

Leave A Reply

Your email address will not be published.