ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସମ୍ବରପୁର, ବରଗଡ଼, ସୁନ୍ଦରଗଡ଼ ପରେ ପୁରୀରେ ବି ସ୍କ୍ରବଟାଫସ୍ ଆତଙ୍କ । ଗତ ଦୁଇ ମାସ ମଧ୍ୟରେ ପୁରୀରେ ୬୧୩ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇନଥିବା ନେଇ ସୂଚନା ମିଳିଛି । ଜୁଲାଇ ମାସରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ୬୯ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଯାହା ମଧ୍ୟରୁ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ , ସେହିପରି ଅଗଷ୍ଟ ମାସରେ ୧୯୬ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୫ ଜଣ ପଜିଟିଭ୍ ଏବଂ ସେପ୍ଚେମ୍ବର ମାସରେ ୩୫୮ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏନେଇ ପୁରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ସ୍କ୍ରବଟାଇଫସକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷପ ଗ୍ରହଣ କରାଯିବା ସହ ଲୋକଙ୍କୁ ସତର୍କ କରାଯାଉଛି ବୋଲି ପୁରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିରଜା ଶଙ୍କର ରଥ କହିଛନ୍ତି ।
ସୂଚନାଥାଉ ଯେ, ସୁନ୍ଦରଗଡ଼ ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାତର ଭାବେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ 69 ଟି ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା । ସେଥିରୁ 13 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 263 ରେ ପହଞ୍ଚିଛି । ଅପରପକ୍ଷରେ ମେଡିକାଲ ଓ ଜିଲ୍ଲା ପ୍ରଶାସନ ଲଗାତର ଭାବେ ଗାଁ ଗାଁ ବୁଲି ସଚେତନତା କାର୍ଯ୍ୟକ୍ରମ କରି ଚାଲିଛି । ଡାକାବିଜ ଓ ପାଲା ମାଧ୍ୟମରେ ସଚେତନ କରାଯାଉଛି । ଏ