ଏସସିବିରେ ଦ୍ଵିତୀୟ ସଫଳ ଯକୃତ ପ୍ରତିରୋପଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଏବଂ ହସପିଟାଲ ଏସସିବି ମେଡିକାଲରେ ଦ୍ବିତୀୟ ଲିଭର ପ୍ରତିରୋପଣ । ସ୍ବାମୀଙ୍କ ଶରୀରରେ ପ୍ରତିରୋପଣ ହେଲା ସ୍ତ୍ରୀର ଲିଭର । ଦୀର୍ଘ 9 ଘଣ୍ଟା ଧରି ଚାଲିଲା ଜଟିଳ ଅପରେସନ । ପ୍ରତିରୋପଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ସ୍ତ୍ରୀଙ୍କ ଶରୀରରୁ ଯକୃତର ୫୦ ପ୍ରତିଶତ କଢାଯାଇ ସ୍ବାମୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଦୀର୍ଘ ୧୦ ଘଣ୍ଟା ଧରି ଏସ୍‌ସିବିର ମଡୁଲାର ଅସ୍ତ୍ରୋପଚାର ଗୃହ (ଓଟି)ରେ ୨ ଜଣଙ୍କ ଅସ୍ତ୍ରୋପଚାର କରାଯାଇଥିଲା।

ହାଇଦ୍ରାବାଦ ଏଆଇଜି ଟିମ୍‌ ଓ ଏସ୍‌ସିବି ଡାକ୍ତର ମିଳିତ ଭାବରେ ଏହି ଅସ୍ତ୍ରୋପଚାର କରିଛନ୍ତି। ଉଭୟ ଯକୃତ ଦାତା ଏବଂ ଗ୍ରହୀତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଅତିରିକ୍ତ ଅଧୀକ୍ଷକ ଡା. ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏସ୍‌ସିବିରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳ ହେବାର ୫ ମାସ ପରେ ଦ୍ବିତୀୟ ଯକୃତ ପ୍ରତିରୋପଣ ହୋଇଛି। ଦୀର୍ଘ ୩ ମାସ ହେଲା ଏସ୍‌ସିବିରେ ଅପେକ୍ଷାରେ ଥିବା ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯)ଙ୍କ ଠାରେ ଯକୃତ ପ୍ରତିରୋପଣ କରାଯାଇଛି। ସ୍ବାମୀଙ୍କୁ ଯକୃତ ଦେଇ ଜୀବନ ଦାନ କରିଛନ୍ତି ସ୍ତ୍ରୀ ଛବି ମୁଦୁଲି।

ସ୍ତ୍ରୀଙ୍କ ଶରୀରରୁ ଯକୃତର ୫୦ ପ୍ରତିଶତ ଅଂଶ କଟା ଯାଇ ସ୍ବାମୀଙ୍କ ଠାରେ ଲଗାଯାଇଛି। ମାନସଙ୍କ ଆର୍ଥିକ ଅବସ୍ଥା ଅତି ଖରାପ ଥିଲା। ସେ ପ୍ରାୟ ୫ ବର୍ଷ ହେବ ଲିଭର ସୋରାସିସ୍‌ ରୋଗରେ ପୀଡିତ ଥିଲେ। ତାଙ୍କ ଯକୃତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଜୀବିତ ରହିବା ପାଇଁ ପ୍ରତିରୋପଣ ଏକମାତ୍ର ମାଧ୍ୟମ ବୋଲି ଡାକ୍ତର କହିଥିଲେ। ହାଇଦରାବାଦ ଏସିଆନ୍‌ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏ‌େଣ୍ଟ୍ରାଲୋଜି (ଏଆଇଜି)ର ୧୦ ଜଣିଆ ଟିମ ଓ ଏସସିବିର ୧୫ ଜଣିଆ ଟିମ୍‌କୁ ନେଇ ସକାଳୁ ଉଭୟଙ୍କ ଅସ୍ତ୍ରୋପଚାର କରାଯାଇଥିଲା।

Comments are closed.