ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ: ଠକ ଡାକ୍ତର ରମେଶ ସ୍ବାଇଁ କ୍ଲିନିକରେ ବାହାରିଲା ଗୁପ୍ତ କୋଠରୀ, ଅଙ୍ଗ ତସ୍କରୀ ନେଇ ପୋଲିିସ କରୁଛି ସନ୍ଦେହ
ଓଡିଆ ନ୍ୟୁଜ୍(ବ୍ୟୁରୋ): ନକଲି ଡାକ୍ତର ରମେଶକୁ ଗୁରେଇ ତୁରେଇ ଜେରା କରୁଛି SIT ଟିମ । ଡେଙ୍କାନାଳ କାମାକ୍ଷାନଗରରେ ଥିବା କ୍ଲିନିକ, ଫାର୍ମ ହାଉ.କୁ ଯାଇ ତଦନ୍ତ କରୁଛି ସ୍ୱତନ୍ତ୍ର ଟିମ । କ୍ଲିନିକରେ ରମେଶ କରିଥିବା ଗୁପ୍ତ କୋଠରୀ ଭିତରକୁ ଯାଇ ପ୍ରମାଣ ଓ ସୁରାକ ଯୋଗାଡ଼ କରୁଛି ପୋଲିସ । ସେପଟେ ରମେଶକୁ ପୋଲିସ ଜେରା କରୁଥିବା ବେଳେ ତଦନ୍ତରେ ସହଯୋଗ କରୁନି ଠକ ରମେଶ ।
ରମେଶ ସ୍ବାଇଁର ଦ୍ୱିତୀୟ ଥର ରିମାଣ୍ଡର ଗତକାଲି ଥିଲା ୩ୟ ଦିନ । ନକଲି ଡାକ୍ତର ରମେଶକୁ ଘାଣ୍ଟୁଛି SIT ଟିମ । ଡେଙ୍କାନାଳ କାମାକ୍ଷାନଗରରେ ଥିବା କ୍ଲିନିକ ଓ ଫାର୍ମ ହାଉସ ରୁ ସୁରାକ,ପ୍ରମାଣ ଯୋଗାଡ଼ କରୁଛି ସ୍ୱତନ୍ତ୍ର ଟିମ । କ୍ଲିନିକ ରେ ଥିବା ଗୁପ୍ତ କୋଠରୀ ରେ ଖାନ ତଲାସୀ କରୁଛି ଟିମ । ଏଠି ପ୍ରଶ୍ନ ଉଠୁଛି କାହିଁକି କ୍ଲିନିକ ରେ ରମେଶ କରିଥିଲେ ଗୁପ୍ତ କଠୋରି ? ଗୁପ୍ତ କଠୋରି ରେ କଣ କରୁଥିଲେ ରମେଶ ? ଅଙ୍ଗ ତସ୍କରି ନେଇ ଆସିଥିବା ଅଭିଯୋଗ ପଛରେ ରମେଶ କୁ ସହଯୋଗ କରୁଥିଲା କିଏ ? କାମାକ୍ଷାନଗର ରେ ଥିବା ଫାର୍ମ ହାଉସ କାହା ନାଁ ରେ ରହିଛି ? ଏସବୁ ଦିଗକୁ ନେଇ ରମେଶ କୁ ଗୋଡେଇ ତୋଡେଇ ଜେରା କରୁଛି SIT ଟିମ । ରିମାଣ୍ଡ ରେ ଆସିଥିବା ରମେଶ ତଦନ୍ତରେ ପୋଲିସକୁ କରୁନି ସହଯୋଗ ।
ଧୋକାବାଜ ରମେଶ ପାଖରୁ ମିଳିଥିବା ପିଙ୍କ ଡାଏରୀରୁ ମିଳିଛି ଅନେକ ମୋବାଇଲ ନମ୍ବର । ଡାଏରୀରେ ୧୦୦ ରୁ ଅଧିକ ନମ୍ବର ରହିଛି । ସେହି ସବୁ ନମ୍ବର କୁ ଯାଞ୍ଚ କରୁଛି ପୋଲିସ । ରମେଶ ଦ୍ୱାରା ଠକେଇ ର ଶିକାର ହୋଇଥିବା ମହିଳା ମାନଙ୍କ ପାଖକୁ ଯାଉଛି ଟିମ । ସେଠାରୁ ସେମାନଙ୍କ ବୟାନ ରେକର୍ଡ କରୁଛି ପୋଲିସ । ଆବଶ୍ୟକ ପଡ଼ିଲେ ରମେଶ ର ତଥ୍ୟ ଆଧାର ରେ ଗିରଫ ହୋଇ ଜେଲ ରେ ଥିବା ଭଉଣୀ କୁ ରିମାଣ୍ଡ ଆଣି ତଦନ୍ତ କରିବ ପୋଲିସ । ଠକ ରମେଶ ର ଠକେଇ ଘଟଣାର ତଦନ୍ତ କରିବା ପାଇଁ ଭୁବନେଶ୍ବର ଡିସିପି ଙ୍କ ନେତୃତ୍ୱ ରେ ଗଠନ ହୋଇଥିଲା ପିଙ୍କ ଟିମ । ବ୍ୟାଙ୍କ କର୍ମଚାରୀ ଙ୍କ ସହ ଚଟାର୍ଡ ଆକାଉଣ୍ଟ, ସାଇବର ଅଧିକାରୀ ମାନେ ପିଙ୍କ ଟିମ କୁ ତଦନ୍ତ ରେ ସହଯୋଗ କରୁଛନ୍ତି ।ରମେଶଙ୍କ ନା ରେ ବିଭିନ୍ନ ଥାନାରେ 14 ରୁ ଅଧିକ ମାମଲା ରହିଛି । ଏବେ ବି ଫେରାର ଅଛନ୍ତି ରମେ ଙ୍କ ଦ୍ୱିତୀୟ ପତ୍ନୀ, ଭିଣୋଇ, ଡ୍ରାଇଭର । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଓ କରୁଛି ସ୍ୱତନ୍ତ୍ର ଟିମ ।