ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ବି ବିଜେଡିର ବିଜୟ ଧାରା ଜାରି ରହିଛି। ପଞ୍ଚାୟନ ନିର୍ବାଚନକୁ ନେଇ ବେଶ ଉତ୍ସାହିନ ବିଜେଡି ଶିବିର। ସବୁଠି ଏବେ ସେଲିବ୍ରେସନର ମାହୋଲ। କାରଣ ଏଥିରେ ବିଜେଡି ସବୁ ଜାଗାରେ ବିଜୟ ବାନା ଉଡାଇଛି। ପୂର୍ବ-ପଶ୍ଚିମ, ଉତ୍ତର ଦକ୍ଷିଣ ସବୁଠି ଶୁଭୁଛି ଶଙ୍ଖ ଧ୍ୱନୀ। ଉପକୂଳରେ ପୂର୍ବରୁ ସୁଦୃଢ଼ ଥିଲା ଦଳ। ଏବେ ଗଡ଼ ଆହୁରି ସଦୃଢ଼ ହୋଇଛି। ଗଞ୍ଜାମରେ କ୍ଲିନ୍ ସ୍ୱିପ୍ ଆଡେ ଗତି କରୁଛି। ଗଞ୍ଜାମର ଦି ଦିନରେ ୬୯ ଆସନରୁ ଗଣତି ହୋଇଥିବା ୪୪ରୁ ୪୪ ପୋଛି ନେଇଛି ବିଜେଡି। ଯାଜପୁରରେ ୩୯ ଆସନରୁ ଗଣତି ହୋଇଥିବା ୨୨ ଆସରେ ବିଜେଡି ୨୧ରେ ବିଜୟୀ କିମ୍ବା ଆଗୁଆ। ଜଗତସିଂହପୁରରେ ୨୬ ଆସନରୁ ଗଣତି ହୋଇଥିବା ୧୬ ଆସନରୁ ୧୬ରେ ବିଜେଡିର ସଫଳତା। ପୁରୀରେ ୩୩ ଆସନରୁ ୨୧ ଆସନ ଜିତିଛି କିମ୍ବା ଆଗରେ ରହିଛି ବିଜେଡି। ଅନୁଗୁଳରେ ୨୮ରୁ ୧୫, ଭଦ୍ରକରେ ୨୮ରୁ ଗଣତି ହୋଇଥିବା ୧୬ ଆସନରୁ ୧୬ରେ ବିଜେୟୀ ହୋଇଛି କିମ୍ବା ଆଗରେ ରହିଛି ବିଜେଡି।.
୨୦୧୭ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗିର, ବରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ମୟୂରଭଂଜ ଓ କଳାହାଣ୍ଡି ଜିଲ୍ଲରେ ଫୁଟିଥିଲା ପଦ୍ମ । ବଲାଙ୍ଗିରରେ ୩୩ରୁ ୨୩, କଳାହାଣ୍ଡିରେ ୩୬ରୁ ୩୩, ମୟୂରଭଂଜରେ ୫୬ରୁ ୪୯, ସମ୍ବଲପୁରରେ ୧୮ରୁ ୧୩, ସୁବର୍ଣ୍ଣପୁରରେ ୧୩ରୁ ୧୦ ଓ ଦେବଗଡ଼ରେ ୭ରୁ ୬ ଆସନ ଦଖଲ କରିଥିଲା ବିଜେପି। ସ୍ପଷ୍ଟ ବହୁମତ ସହ ଜିଲ୍ଲା ପରିଷଦ ଦଖଲ କରିଥିଲା ବିଜେପି। ଏହାସହ ଏବେ ବଲାଙ୍ଗିରରୁ ସଂଗୀତା ସିଂହଦେଓ, ସୁନ୍ଦରଗଡ଼ରୁ ଜୁଏଲ ଓରମ, ସମ୍ବଲପୁରରୁ ନିତେଶ ଗଙ୍ଗଦେବ, ବରଗଡ଼ରୁ ସୁରେଶ ପୂଜାରୀ, ମୟୂରଭଂଜରୁ ବିଶ୍ୱେଶ୍ୱର ଟୁଡୁ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ ସାଂସଦ ଅଛନ୍ତି। ବିଜେପି ସାଂସଦ ସବୁ ପ୍ରୟାସ କରିଥିଲେ, ନିଜ ଗଡ଼ ବଞ୍ଚାଇବାକୁ। କିନ୍ତୁ ଶଙ୍ଖନାଦରେ ପଦ୍ମ ପାଖୁଡ଼ା ଝଡ଼ିଯାଇଛି।… ୨୦୨୨ରେ ବିଜେପି ଗଡ଼ ଭୁଶୁଡିଛି। ବାଜି ଓଲଟି ଯାଇଛି।
ଦ୍ୱିତୀୟ ଦିନ ଗଣତି ସୁଦ୍ଧା ବଲାଙ୍ଗିରରେ ବିଜେଡି ୩୪ରୁ ୨୦, କଳାହାଣ୍ଡିରେ ୩୬ରୁ ୨୩, ମୟୂରଭଂଜରେ ୫୬ରୁ ୪୯, ସମ୍ବଲପୁରରେ ୧୮ରୁ ୧୬, ସୁବର୍ଣ୍ଣପୁରରେ ୧୩ରୁ ୧୦, ଦେବଗଡ଼ରେ ୭ରୁ ୬ ଆସନରେ ଜିତିଛି କିମ୍ବା ଆଗରେ ରହିଛି ବିଜେଡି। ଆହୁରି ତୃତୀୟ ଦିନର ଗଣତି ବାକି।୨୦୧୭ରେ କଂଗ୍ରେସ ରାୟଗଡ଼ା ଓ ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଗଠନ କରିଥିଲା। ନବ ଦାସ ବିଜେଡିରେ ଯୋଗ ଦେବା ପରେ, ଏବେ କଂଗ୍ରେସ ଗଡ଼ ଧୋଇ ଯାଇଛି। ୯ ଆସନରୁ ଗଣତି ହୋଇଥିବା ୮ ଆସନରୁ ୮ ପୋଛି ନେଇଛନ୍ତି ବିଜେଡି। ସେହିପରି ରାୟଗଡ଼ା ଜିଲ୍ଲାରେ ୨୨ ଆସନରୁ ଗଣତି ହୋଇଥିବା ୨୦ ଆସନରୁ ୧୫ଟିରେ ବିଜୟୀ କିମ୍ବ ଆଗୁଆ ରହିଛି ବିଜେଡି।.
ଡି।.