ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ କିଚକେଶ୍ୱେରି | ଏହି ମନ୍ଦିର ଓଡ଼ିଶା ପର୍ଯ୍ୟଟନ ସ୍ଥଳୀ ମାନଚିତ୍ର ରେ ସ୍ଥାନ ପାଇଛି | ଏହି ମନ୍ଦିର ବହୁ ପୁରାତନ ହୋଇଥିଲେ ମଧ୍ୟ ଆଖି ଦୃଷିଆ କୌଣସି କାର୍ଯ୍ୟ ହେଇ ପାରୁ ନ ଥିଲା ହେଲେ ଏବେ କେନ୍ଦ୍ର ସରକାରଙ୍କ ତରଫରୁ ଏହି ମନ୍ଦିର ପ୍ରସାଦ ଯୋଜନା ରେ ସାମିଲ ହୋଇଚି |
ଏହି ମନ୍ଦିର କୁ ଆଜି ଦିନ ୧୧ ଟା ସମୟରେ ପର୍ଯ୍ୟଟନ ବିଭାଗ ର ସଚିବ ବଲବନ୍ତ ସିଂ ଖିଚିଂ ଗ୍ରସ୍ତ ରେ ଆସି ମା ଙ୍କ ଦର୍ଶନ କରିବା ସହିତ ମନ୍ଦିର ପରିସର , ପାର୍କିଂ ସ୍ଥାନ , ବଗିଚା ଆଦି ସମସ୍ତ ସ୍ଥାନ ବୁଲି ଅନୁଧ୍ୟାନ କରିଥିଲେ | ଟୁରିଷ୍ଟ ଅଫିସର୍ ଓ ବିଭାଗ ର କର୍ମଚାରୀ , ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ଓ କର୍ମଚାରୀ , କରଞ୍ଜିଆ ଉପଜିଲ୍ଲାପାଳ , ସ୍ଥାନୀୟ ତହସିଲଦାର ,ବିଡ଼ିଓ ଉପସ୍ଥିତ ରହିଥିଲେ ।
ପରେ ସ୍ଥାନୀୟ ବ୍ୟବସାୟ ମାନେ ଦୋକାନ ରୁ ଆଗରେ ପଲିଥିନ ଟାଙ୍ଗୀ ରଖି ଦୋକାନ ବଢାଇ ଥିବା ଦେଖି ବିରକ୍ତି ଭାବ ପ୍ରକାଶ କରିବା ସହିତ ମନ୍ଦିର ପ୍ରଶାସନ କୁ ଏ ସବୁ ଶୀଘ୍ର ଉଠାଇବା ପାଇଁ କହିଥିଲେ | ପରେ ମାଆ କିଚକେଶ୍ୱରି ଙ୍କ ପ୍ରସାଦ ସେବନ କରି କେଶ୍ନା ପଥର ଶିଳ୍ପ ଗ୍ରାମ କୁ ପରିଦର୍ଶନ କରିବାକୁ ଯାଇଥିଲେ।
Comments are closed.