ମତଦାତା ଓ ମତଦାନ ସମ୍ଭନ୍ଧୀୟ ସଚେତନତା ନିମନ୍ତେ ଅନୁଷ୍ଠିତ ହେଲା “ପଥଉତ୍ସବ”

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ କୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ଏକ ଅଭିନଵ ପ୍ରୟାସ “ପଥଉତ୍ସବ” | ଏହି ପରିପ୍ରେକ୍ଷୀରେ ଆଜି ବାମନଘାଟି ଉପଖଣ୍ଡ ର ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟି ଉପଖଣ୍ଡ ର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି ‘ମତଦାତା ସମ୍ଭନ୍ଧୀୟ ପଥଉତ୍ସବ’ |

ବିଶେଷ କରି ମହାବିଦ୍ୟାଳୟରେ ଅଧ୍ୟୟନରତ ୧୭ ରୁ ୧୮ବର୍ଷ ବର୍ଗ ର ଯୁବ ଭୋଟର ତଥା ଅନ୍ୟାନ୍ୟ ଆଗନ୍ତୁକ ମତଦାତା (prospective voters )ଏବଂ ଉପଖଣ୍ଡର ସମସ୍ତ ନାଗରିକ ମାନଙ୍କୁ ଦେଶରେ ଭବିଷ୍ୟତ ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ରେ ଭୋଟ ଦେବାର ଅଧିକାର ବିଷୟରେ ସଚେତନ କରିବା ଉଦେଶ୍ୟ ରେ ଏହି ପଥଉତ୍ସବ ର ଆୟୋଜନ କରାଯାଇଛି । ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଉଦେଶ୍ୟ ମଧ୍ୟରୁ ପ୍ରଥମ ଟି ହେଉଛି ଯୁବ ବର୍ଗର ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା ଏବଂ ଦ୍ଵିତୀୟ ଟି ହେଉଛି ଉପଯୁକ୍ତ ସଂଶୋଧନ ଦ୍ୱାରା ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା |

ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଇରଙ୍ଗପୁର ଠାରେ ପ୍ରାତଃ ଘ ୭.୩୦ ମିନିଟ ସମୟରେ ସହରର ବିଭିନ୍ନ ଶିକ୍ଷlନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପଦଯାତ୍ରା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ଲୋକମାନଙ୍କ ପାଖରେ ବିଭିନ୍ନ ସଚେତନ ଧର୍ମୀ ବାର୍ତ୍ତା ପହଞ୍ଚାଇ ଥିଲେ l ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ପଥପ୍ରାନ୍ତ ନାଟକ ଓ ପାରମ୍ପରିକ ନୃତ୍ୟ କଳା ପରିବେଷଣ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ , ମତଦାନ ସମ୍ଭନ୍ଧୀୟ ସଚେତନଧର୍ମୀ ବାର୍ତ୍ତା ବହନ କରୁଥିବା ରଙ୍ଗୋଲି (ମୁରୁଜ ଚିତ୍ର), ଚିତ୍ରାଙ୍କନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ମୁରୁଜ ଓ ଚିତ୍ରାଙ୍କନ ର କୃତୀ ଛାତ୍ର ଛାତ୍ରୀଙ୍କୁ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ।

Comments are closed.