ନକଲି ସର୍ଟିଫିକେଟ୍ ଦେଇ ବୋର୍ଡ ଅଫିସରେ ଚାକିରି କରିଥିବା ଜମାଦାର୍ ଗିରଫ,ଏକାଧିକ ଲୋକଙ୍କୁ ନକଲି ସାର୍ଟିଫିକେଟ୍ ବିକିଥିବ ସନ୍ଦେହ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନକଲି ସାର୍ଟିଫିକେଟ ଦେଇ ମାଧ୍ୟମିକ ଶିକ୍ଷା ପରିଷଦର କର୍ମଚାରୀ ପୋଲିସ ଦ୍ବାରା ଗିରଫ। କଟକ ବୋର୍ଡ କାର୍ଯ୍ୟାଳୟରେ ଜମାଦାର ଭାବେ କାର୍ଯ୍ୟରତ ଭ୍ରମରବର ନାୟକକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ ।
କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ଏହି ନକଲି ସାର୍ଟିଫିକେଟ ୪୫ ହଜାର ଟଙ୍କାରେ ବିକ୍ରି କରିଥିଲେ। ନକଲି ସାର୍ଟିଫିକେଟଟି ଓଷ୍ଟେଟ ପରୀକ୍ଷା ସାର୍ଟିଫିକେଟର ଅବିକଳ କରାଯାଇଛି।ସମ୍ପୃକ୍ତ ବ୍ୟକ୍ତି ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ବୋର୍ଡକୁ ଅବଗତ କରାଇ ଥିଲେ। ପରେ ବୋର୍ଡ଼ ପକ୍ଷରୁ ଏ ସଂକ୍ରାନ୍ତରେ ମଙ୍ଗଳାବାଗ ଥାନା କୁ ତଦନ୍ତ ପାଇଁ ଅବଗତ କରାଯାଇ ଥିଲା।
ଭ୍ରମର ଏକାଧିକ ଲୋକଙ୍କୁ ନକଲି ସାର୍ଟିଫିକେଟ ବିକ୍ରି କରିଥିବା ସନ୍ଦେହ କରାଯାଉଛି। ତେବେ ଏଭଳି ନକଲି ସାର୍ଟିଫିକେଟ ପ୍ରସ୍ତୁତିରେ ବୋର୍ଡ କାର୍ଯ୍ୟାଳୟର କୌଣସି ସମ୍ପର୍କ ନାହିଁ କିମ୍ବା ବୋର୍ଡ କାର୍ଯ୍ୟାଳୟ ଭିତରେ କିଛି ହୋଇ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା କହିଛନ୍ତି।