ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏନେଇ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ପୋଲିସ କମିଶନରଙ୍କ ସମେତ ଭୁବନେଶ୍ୱର ଡିସିିପି ଓ ଅନ୍ୟ ଅଧିକାରୀଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜି । ପ୍ରତି ଅଧିବେଶନ ଭଳି ଏଥର ମଧ୍ୟ ସମାନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଉଭୟ ବିଧାନସଭା ଭିତରେ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଧାନସଭା ପରିସର ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଭୁବନେଶ୍ୱର ଡିସିପି ନେତୃତ୍ୱରେ ରହିବ ପୁରା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଲାଗି ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ୬ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ । ଏହାସହ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ରହିବେ । ଏହାବାଦ୍ ୧୯ ଜଣ ଏସ୍ପି, ୨୦ ଜଣ ଇନ୍ସିପେକ୍ଟର, ୭୫ ଜଣ ଏସ୍ଆଇ ରହିବେ ।
ପୁରା ବିଧାନସଭା ବାହାର ଓ ଭିତରକୁ ସିସିଟିଭିରେ ନଜର ରଖାଯାଇଛି । ରାଲି, ଧାରଣା ଓ ସୁରକ୍ଷାକୁ ନଜର ରଖି ୫ଟି କଣ୍ଟ୍ରୋଲ ରୁମ୍ ରହିବ । ଷ୍ଟ୍ରାଇକିଙ୍ଗ ଫୋର୍ସ, କୁଇକ୍ ରେସ୍ପନ୍ସ ଟିମ୍, ସ୍ପେଶାଲ ଟେକ୍ନିକାଲ ୟୁନିଟ ଉପସ୍ଥିତ ରହିବେ ।