କଟକ ଜଗତପୁର ଖଇରାପୋଲ ନିକଟରେ ସିରିଜ୍ ଦୁର୍ଘଟଣା: ଫଳ ଦୋକାନ ଉପରକୁ ଚଢ଼ିଗଲା ଦଶ ଚକିଆ ଟ୍ରକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):କଟକ ଜଗତପୁର ଖଇରାପୋଲ ନିକଟରେ ଦୁର୍ଘଟଣା।ରାସ୍ତା କଡରେ ଥିବା ଫଳ ଦୋକାନ ଉପରକୁ ଚଢ଼ିଗଲା ଦଶ ଚକିଆ ଟ୍ରକ ।।ଦୁର୍ଘଟଣା ରେ ୭ ଜଣ ଆହତ ଓ ଜଣଙ୍କର ଙ୍କର ମୃତ୍ୟୁ ଘଟିଛି। ଟ୍ରକ ଟି ଦୁଇଟି କାର ଓ 5 ଟି ବାଇକ ଉପରେ ଚଢ଼ି ଯାଇଥିଲା।ଲୋକମାନେ ଫଳ କିଣୁଥିବା ସମୟରେ ଟ୍ରକ ଟି ଫଳ ଦୋକାନ ଉପରକୁ ମାଡି ଯାଇଥିଲା। ଆହତ ଙ୍କୁ କଟକ ଏସିବି ରେ ଚିକିତ୍ସିତ କରାଯାଉଛି।

ଫଳ ଦୋକାନରେ ଲୋକ ଫଳ କିଣୁଥିଲେ। ହଠାତ ଦ୍ରୁତ ଗତିରେ ସାଲେପୁର ଆଡୁ ଆସୁଥିବା ଟ୍ରକ ଟି କଟକ ଜଗତପୁର ଖଇରାପୋଲ ନିକଟରେ ଥିବା ଫଳ ଦୋକାନ ଉପରେ ମାଡି ଯାଇଥିଲା। ଫଳ ଦୋକାନ ସମ୍ମୁଖରେ ଥିବା ଦୁଇଟି କାର ଓ ପାଞ୍ଚୋଟି ବାଇକ ଉପରେ ଚଢାଇ ଦେଇଥିଲା। ସେଠାରେ ଫଳ କିଣୁଥିବା ୮ ଜଣ ଲୋକ ଆହତ ହୋଇଥିଲେ। ଆହତମାନଙ୍କୁ ଜଗତପୁର ପୋଲିସ ଏସିବିକୁ ଚିକିତ୍ସା ପାଇଁ ୧୦୮ରେ ପଠାଇଥିଲା।

ମୋଟ ଆଠ ଜଣ ଆହତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଜଣେ ପହଂଚିବା ବେଳକୁ ମୃତ୍ୟୁବରଣ କରି ସାରିଥିଲେ। ସାତ ଜଣ ଆହତଙ୍କର ଚିକିତ୍ସା ଚାଲିଛି। ଆହତଙ୍କ ଭିତରେ ତିନି ମହିଳା ଓ ଚାରି ଜଣ ପୁରୁଷ ଅଛନ୍ତି। ସମସ୍ତଙ୍କର ମଲଟିପୁଲ ଇଂଜୁରୀ ରହିଛି। ସମସ୍ତେ ଡାକ୍ତରଙ୍କ ଅଵଜରଭେସନରେ ଅଛନ୍ତି। ଏସ ସି ବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଦେଉଥିଲେ।। ଏହା ସହ ଆହତଙ୍କୁ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଓ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ କଟକ ଏସିବି ରେ ପହଞ୍ଚି ଆହତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।। ବାରମ୍ବାର ପୋଲିସ ପକ୍ଷରୁ ସଚେତନ କରିବା ପରେ ବି ଏହି ଫଳ ଦୋକାନ ନିକଟରେ ଭିଡ଼ ଜମୁଥିଲା।। ଯାହା ପାଇଁ ଆଜି ଏହି ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିବା ସହ ୭ ଜଣ ଆହତ ହୋଇଛନ୍ତି।।

Leave A Reply

Your email address will not be published.