‘ଦିଲ୍ଲୀ ପୋଲିସ ମୋ ଲୁଗା ଚିରିଦେଲେ’ ସାଂସଦ କହିଥିବା ଭିଡିଓ ସେୟାର କଲେ ଶଶୀ ଥରୁର୍‌

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରୁଥିବା ବେଳେ ବୁଧବାର ଦିନ ଦିଲ୍ଲୀ ପୁଲିସ ପୋଷାକପତ୍ର ଚିରି ପକାଇବା ସହ ଜଣେ ଅପରାଧୀଙ୍କ ଭଳି ବ୍ୟବହାର କରିଥିବା କହି ଭିଡିଓ ମାଧ୍ୟମରେ ଦିଲ୍ଲୀ ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି ତାମିଲ୍ନାଡୁ କରୁର୍ ଆସନର କଂଗ୍ରେସ ସାଂସଦ ଜ୍ୟୋତିମଣି । ଆଜି ଏହାକୁ ଟୁଇଟ୍ କରି ସେୟାର୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ଆଉ ସେଥିରେ ଥରୁର୍ ଲେଖିଛନ୍ତି, ଯେକୌଣସି ଗଣତନ୍ତ୍ରରେ ଏଭଳି ହେବା ବଡ଼ କ୍ଷୋଭର ବିଷୟ। ଜଣେ ପ୍ରତିବାଦକାରୀ ମହିଳାଙ୍କ ସହିତ ଏତାଦୃଶ ବ୍ୟବହାର ଭାରତୀୟ ସଂସ୍କାର ମାନ ଉଲ୍ଲଂଘନ କରୁଛି।

ସେଥିରେ ପୁଣି ଜଣେ ଲୋକସଭା ସାଂସଦଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭାରତୀୟ ସଂସ୍କାର ସ୍ତରକୁ ଆହୁରି ନିମ୍ନଗାମୀ କରୁଛି। ଦିଲ୍ଲୀ ପୁଲିସର ବ୍ୟବହାରକୁ ମୁଁ ନିନ୍ଦା କରିବା ସହିତ ଉତ୍ତରଦାୟୀଙ୍କ ପ୍ରତି କାର‌୍ୟ୍ୟାନୁଷ୍ଠାନ ଦାବି କରୁଛି। ଦୟାକରି ତଦନ୍ତ କରନ୍ତୁ ବାଚସ୍ପତି ଓମ୍ ବିର୍ଲା ବୋଲି ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.