ଭାରତ ଗସ୍ତ କରିବେ ଶେଖ ହସିନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହ ଏହି ବିଷୟଗୁଡ଼ିକ ଉପରେ ହେବ ଆଲୋଚନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସେପ୍ଟେମ୍ବରରେ ବାଣିଜ୍ୟ, ସଂଯୋଗ ଏବଂ ସୁରକ୍ଷା ଭଳି ପ୍ରସଙ୍ଗରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରମୁଖ ଆଲୋଚନା ହେବାର ଆଶା କରାଯାଉଛି। ଖବର ମୁତାବକ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଗସ୍ତ କରିବାକୁ ଯାଉଛନ୍ତି। ଗୁରୁବାର ନିଜେ ହସିନା ବାଂଲାଦେଶରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଅଧିକାର ବିଷୟରେ କହିଥିଲେ। ଅନ୍ୟ ଧର୍ମର ଲୋକଙ୍କୁ ନିଜକୁ ସଂଖ୍ୟାଲଘୁ ବୋଲି ଭାବିବାକୁ ନିବେଦନ କରିଥିଲେ।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ହସିନା ୫ ସେପ୍ଟେମ୍ବରରେ ଭାରତ ଗସ୍ତ କରିପାରନ୍ତି। ଏହି ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ସୁରକ୍ଷା ମନ୍ତ୍ରୀ ତଥା ଢାକା ଦଳ ସମେତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଗସ୍ତ ସମ୍ପର୍କରେ ଭାରତ ସହ ଆଲୋଚନା କରୁଛି। ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୮ ପର୍ୟ୍ୟନ୍ତ ସେ ଭାରତରେ ରହିବେ ବୋଲି ସୂତ୍ରରୁ ପ୍ରକାଶ।

ଚାରି ଦିନିଆ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଭାରତୀୟ ନେତାଙ୍କୁ ଭେଟିବେ ବୋଲି ଜଣାପଡିଛି। ଏହା ବ୍ୟତୀତ ସେ ଜୟପୁର ଏବଂ ଅଜମେର ସରିଫ ଯାତ୍ରା କରିପାରିବେ । ସେପ୍ଟେମ୍ବର ୨ ରେ ସେ ଢାକାକୁ ଫେରିବାର ସମ୍ଭାବନା ରହିଛି।

ସେପ୍ଟେମ୍ବର ୬ ରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ସଂଯୋଗ ଏବଂ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଭାରତ ଏବଂ ବାଂଲାଦେଶ ସୀମା ପରିଚାଳନା, ବିକାଶ ସହଯୋଗ ଉପରେ ମଧ୍ୟ ଆଲୋଚନା କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। ବିଶେଷ କଥା ହେଉଛି କରୋନାଭାଇରସ୍ ମହାମାରୀ ଆରମ୍ଭ ହେବା ପରେ ହସିନା ପ୍ରଥମ ଥର ପାଇଁ ଭାରତ ଯାତ୍ରା କରୁଛନ୍ତି। ଏହାପୂର୍ବରୁ ସେ ୨୦୧୯ ରେ ଭାରତ ଆସିଥିଲେ। ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀ ଗତ ମାର୍ଚ୍ଚରେ ବାଂଲାଦେଶ ଯାଇଥିଲେ।

 

Leave A Reply

Your email address will not be published.