ହଟିଲା ସସପେନ୍ସ: ଦ୍ରୌପଦୀଙ୍କୁ ସମର୍ଥନ କଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କଲେ ଶିବସେନା ମୁଖ୍ୟ । ସମର୍ଥନ ନେଇ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ। ଦଳୀୟ ସାଂସଦଙ୍କ ସହ ଆଲୋଚନା ବେଳେ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଦାବି କରିଥିଲେ ସାଂସଦ। ବିଜେପିକୁ ନୁହେଁ, ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଦଳ ମୁଖ୍ୟଙ୍କୁ ଜଣାଇଥିଲେ।

ଶିବସେନା ସମର୍ଥନକୁ ନେଇ ଜାରି ରହିଥିବା ସସ୍ପେନ୍ସର ଅନ୍ତ ଘଟିଛି । ସାଂସଦଙ୍କ ସହ ବୈଠକ ପରେ ଉଦ୍ଧବ ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସମର୍ଥ ଘୋଷଣା କରିଛନ୍ତି ଶିବସେନା ମୁଖ୍ୟ। ଗତକାଲି ଦଳୀୟ ସାଂସଦଙ୍କ ସହ ଉଦ୍ଧବଙ୍କ ବୈଠକରେ ଦ୍ରୌପଦୀଙ୍କୁ ସମର୍ଥନ ନେଇ ହୋଇଥିଲା ଆଲୋଚନା। ବୈଠକରେ ଥିଲେ ୨୨ ଶିବସେନା ସାଂସଦଙ୍କ ମଧ୍ୟରୁ ୧୬ଜଣ କହିଥିଲେ, ଆଦିବାସୀ ସଂପ୍ରଦାୟରୁ ଆସିଥିବାରୁ ଦ୍ରୌପଦୀଙ୍କୁ ଦଳ ସମର୍ଥନ କରୁ।
ରାଜ୍ୟ ଜନସଂଖ୍ୟାର ୧୦ପ୍ରତିଶତ ଆଦିବାସୀ। ପୂର୍ବରୁ ମରାଠା ସଂରକ୍ଷଣ ପ୍ରସଙ୍ଗରେ ପ୍ରତିଭା ପାଟିଲଙ୍କୁ ସମର୍ଥନ କରିଥିଲା ଶିବସେନା। ଏବେ ଦ୍ରୌପଦୀଙ୍କୁ ସମର୍ଥନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ଠାକରେ। ପୂର୍ବରୁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ସମର୍ଥନ ନେଇ ଘୋଷଣା କରିଥିଲେ ସାଂସଦ ସଞ୍ଜୟ ରାଉତ। ସେପଟେ ଦ୍ରୌପଦୀ ମୁର୍ମୁ ବିଭିନ ରାଜ୍ୟ ବୁଲି ସମର୍ଥନ ଗୋଟାଉଛନ୍ତି ।

Leave A Reply

Your email address will not be published.