ସ୍କୁଲରେ ଭୟଙ୍କର ଗୁଳିମାଡ଼: ୧୮ ଶିଶୁ ମୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ଟେକ୍ସାସରେ ଭୟଙ୍କର ଗୁଳିକାଣ୍ଡ । ୧୮ ଶିଶୁ ମୃତ । ଏକାଧିକ ଗୁରୁତର । ଟେକ୍ସାସର ଏକ ସ୍କୁଲରେ ଆତତାୟୀମାନେ ମନଇଚ୍ଛା ଗୁଳିମାଡ କରିଛନ୍ତି । ଯେଉଁଥିରେ ୩ ଜଣ ଶିକ୍ଷକ ମଧ୍ୟ ପ୍ରାଣ ହରାଇଛନ୍ତି । ଟେକ୍ସାସ ରାଜ୍ୟପାଳ ଗ୍ରେଗ୍ ଆବଟ୍ ଏନେଇ ସୂଚନା ଦେଇଛନ୍ତି ।

ଗତ କିଛିଦିନ ଧରି ଆମେରିକାରେ ଗୁଳିକାଣ୍ଡ ମାମଲା ବୃଦ୍ଧି ପାଉଛି । ଟେକ୍କାସ ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ, ଉବାଲ୍ଡ ସହରରେ ଏହି ଗୁଳିକାଣ୍ଡ ଘଟିଛି । ଜଣେ ୧୮ ବର୍ଷୀୟ ବ୍ୟକ୍ତି ସ୍କୁଲରେ ପଶି ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କୁ ଟାର୍ଗେଟ୍ କରିଥିଲା । ଏଥିରେ ୧୮ ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଆତତାୟୀ ଗୁଳି ମାଡ କରିବା ପରେ ନିଜକୁ ମଧ୍ୟ ଗୁଳି କରିଦେଇଛି । ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆମ୍ଭ କରିଛି । ତେବେ ଗୁଳିକାଣ୍ଡରେ ୧୦ରୁ ଅଧିକ ଛାତ୍ର ଗୁରୁତର ହୋଇଛନ୍ତି । ଫଳରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

 

Leave A Reply

Your email address will not be published.