ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଟ୍ରେନରେ ଗୁଳିମାଡ଼ । ଚଳନ୍ତା ଟ୍ରେନରେ ଗୁଳିମାଡ ହୋଇଥିବା ଖବର ଆସିଛି । ଗୁଜୁରାଟରୁ ମୁମ୍ବାଇ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ଆରପିଏଫ କନଷ୍ଟେବଳ ଗୁଳିମାଡ କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ସବ ଇନସପେକ୍ଟର ରହିଛନ୍ତି । ଆରପିଏଫର କନଷ୍ଟେବଳ ଚେତନ ସିଂ ଟ୍ରେନ ଭିତରେ ଏହି ଗୁଳିକାଣ୍ଡ ଭିଆଇଛନ୍ତି । ଏବେ ଜିଆରପି କନଷ୍ଟେବଳଙ୍କୁ ଗିରଫ କରିଛି ।
୧୨୯୫୬ ନମ୍ବର ବିଶିଷ୍ଟ ଜୟପୁର-ମୁମ୍ବାଇ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନର ବି-ଫାଇଭ ବଗିରେ ଏହି ଅଘଟଣ ଘଟିଛି । ଟ୍ରେନଟି ପାଲଘର ରେଲୱେ ଷ୍ଟେସନ ଅତିକ୍ରମ କରିବା ପରେ ଚେତନ ସିଂହ ଏହି ଗୁଳିକାଣ୍ଡ ଘଟାଇଥିଲେ । ଗୁଳି କରିବା ପରେ ସେ ଦହିଶାର ଷ୍ଟେସନରୁ ଓହ୍ଲାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ରେଲୱେ ପୋଲିସ ତାଙ୍କୁ ଗିରଫ କରିଛି ।
Prev Post