ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାରେ ଦିନକୁ ଦିନ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି । ପ୍ରତିଦିନ ଫୁଟୁଛି ଗୁଳି । ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ । ଗୁଳିକାଣ୍ଡ ଘଟଣା ଏଠାରେ ସାଧାରଣ କଥା ହୋଇଗଲାଣି । ଶନିବାର ସକାଳେ ଓ୍ୱାଶିଂଟନର ରେଣ୍ଟନ୍ ସହରରେ ପୁଣି ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶନିବାର ସକାଳେ ରିଣ୍ଟେନ ସହରରେ ଗୁଳିକାଣ୍ଡ ଘଟଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଗୁଳିମାଡ କରିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାର ତଦନ୍ତ ଜାରି ରହିଛି । ତେବେ କାହିଁକି ଏପରି ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗୁଡୁଛି, ତାକୁ ନେଇ ବିରୋଧୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।