ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାହୁଡା ଯାତ୍ରାରେ ଦେବୀ ସୁଭଦ୍ରାଙ୍କ ରଥରେ ଅଣସେବାୟତ ଚଢିବା ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ୭ଦିନ ଭିତରେ ଉତ୍ତର ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ଏହାସହ ମାମଲାର ଚୂଡାନ୍ତ ନିଷ୍ପତ୍ତି ନହେବା ଯାଏ ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ, ପାଉଣା ସ୍ଥଗିତ ରଖିବାକୁ ମଧ୍ୟ ଦଇତାପତି ନିଯୋଗ ସମ୍ପାଦକଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହାସହ ମାମଲାର ଚୂଡାନ୍ତ ନିଷ୍ପତ୍ତି ନହେବା ଯାଏଁ ସମ୍ପୃକ୍ତ ସେବକଙ୍କ ପାଉଣା ସ୍ଥଗିତ ରଖିବାକୁ ଦଇତାପତି ନିଯୋଗ ସମ୍ପାଦକଙ୍କୁ ଅବଗତ କରାଇଛି ପ୍ରଶାସନ । ବାହୁଡା ଯାତ୍ରା ଦିନ ରଥରେ ଅଣସେବାୟତ ଚଢିଥିବା ନେଇ ମୁଖ୍ୟ ପ୍ରଶାସକ ଜାଣିବା ପରେ ନିଜେ ଯାଇ ତାଙ୍କୁ ରଥରୁ ଓହ୍ଲାଇଥିଲେ ।
ଏହାସହିତ ତାଙ୍କ ଠାରୁ ପାସ୍ ମଧ୍ୟ ଜବତ କରିଥିଲେ । ସୂଚନାଯୋଗ୍ୟ, ବାହୁଡା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥରେ ଅଣ ସେବାୟତ ଚଢିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନୋଟିସ ଜାରି କରିଛି। ଅଣ ସେବାୟତଙ୍କୁ କିଏ ଏବଂ କାହିଁକି ରଥ ଉପରକୁ ଚଢିବାକୁ ଅନୁମତି ଦେଇଥିଲେ। ସେନେଇ ପ୍ରଶାସନ ଖୋଳତାଡ ଆରମ୍ଭ କରିଛି।